ଢେଙ୍କାନାଳ: ପୁଣି ଢେଙ୍କାନାଳରେ ପୋଲିସ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରା ଓରଫ ହୁଣ୍ଡ ଆହତ। ହୁଣ୍ଡର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଏହି ଏନକାଉଣ୍ଟର ହୋଇଛି ।
ଗତକାଲି ରାତିରେ ହତ୍ୟା ଯୋଜନା କରିଥିଲା ହୁଣ୍ଡ। ସୂଚନା ପାଇ ପୋଲିସ ତାକୁ ଗୋଡାଇଥିଲା। ପୋଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି।
କାମାକ୍ଷାନଗରରେ ସକ୍ରିୟ ଥିବା କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ଏ ହେଉଛି ଏକ ମୁଖ୍ୟ ସଦସ୍ୟ। ହୁଣ୍ଡ ନାଁରେ ହତ୍ୟା, ଡକାୟତି, ଲୁଟ୍ ଭଳି ଅନେକ ମାମଲା ରହିଛି। କୁଖ୍ୟାତ ଅପରାଧୀ ରାକେଶ ନାଥର ଏ ହେଉଛି ମୁଖ୍ୟ ସହଯୋଗୀ। ତେବେ ହୁଣ୍ଡର ସମସ୍ତ ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି ପୋଲିସ।
Comments are closed.