ଖୋର୍ଦ୍ଧା: ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । ସୂଚନା ମୁତାବକ,ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି।
INS ଚିଲିକାର ଟ୍ରେନିଂ କରେସପଣ୍ଡେଣ୍ଟ ଗତ ୧୯ ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ସେହି ଏତଲା ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବା ବେଳେ ଏଥିରେ ନାଭି ଅଧିକାରୀ ମାନଙ୍କ ସମ୍ପୃକ୍ତି ମିଳିଥିଲା ।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀ ଏବଂ ଆଇଏନଏସ ଚିଲକାରେ କାର୍ଯ୍ୟରତ ଅଛନ୍ତି।
ଖୋର୍ଦ୍ଧା ଏସପି ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି ଯେ, ନଭେମ୍ବର ୨୦୨୪ରେ ଅନୁଷ୍ଠିତ ପରୀକ୍ଷାରେ ଉପସ୍ଥିତ ହୋଇଥିବା ଅଗ୍ନିବୀର ଆଶାୟୀଙ୍କଠାରୁ ପୋଲିସ ଯାଞ୍ଚ, ଶାରୀରିକ ପରୀକ୍ଷା ଏବଂ ଚାକିରୀ ନିଶ୍ଚିତ କରିବାର ପ୍ରତିଶ୍ରୁତି ଦେଇ ସେମାନେ ବିପୁଳ ପରିମାଣର ଟଙ୍କା ହଡ଼ପ ହୋଇଛି ।
ଏସପି ନାଥ ଆହୁରି ପ୍ରକାଶ କରିଛନ୍ତି ଯେ, ଗୋଇନ୍ଦା ସୂଚନା ଅନୁଯାୟୀ, ଏହି ଠକେଇ ରାକେଟରେ ଆଉ ଦୁଇ ବ୍ୟକ୍ତି ଜଡ଼ିତ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପୋଲିସ ଠକେଇ କାର୍ଯ୍ୟକଳାପ ସହ ଜଡ଼ିତ ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି। ତଦନ୍ତ ଜାରି ରହିଛି ।
Comments are closed.