Latest Odisha News

BREAKING NEWS

ପହଲଗାମ ଆକ୍ରମଣ ପଛରେ ମୋର ହାତ ନାହିଁ: ମାଷ୍ଟରମାଇଣ୍ଡ ସୈଫୁଲ୍ଲା ଖାଲିଦ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଆତଙ୍କବାଦୀ ମାନେ ନିର୍ଦ୍ଦୋଷ ଲୋକଙ୍କୁ ଗୁଳି କରି ହତ୍ୟା କରିବା ପରେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଛି।

ତେବେ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ କରିଦେଇଛି। ଟିଆରଏଫ୍ ଏହି ଆକ୍ରମଣର ଦାୟିତ୍ଵ ନେଇଥିବା ବେଳେ ପାକିସ୍ତାନ ସେନାର ସମ୍ପୂର୍ଣ୍ଣ ସମର୍ଥନ ସେମାନଙ୍କ ସହ ରହିଥିବା ମଧ୍ୟ ଜଣାପଡ଼ିଛି। ଏଥିରେ ଲସ୍କର କମାଣ୍ଡର ସୈଫୁଲ୍ଲା ଖାଲିଦ କସୁରିଙ୍କୁ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ତେବେ ସେ ଏହାକୁ ଖଣ୍ଡନ କରିବା ସହ ଏକ ଭିଡିଓ ଜାରି କରିଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କସୁରି କହିଛନ୍ତି ଯେ ଭାରତୀୟ ଗଣମାଧ୍ୟମ ଆମ ଉପରେ ଭୁଲ ଦୋଷାରୋପ କରୁଛି। ଏହି ଆକ୍ରମଣରେ ଆମର କିମ୍ବା ପାକିସ୍ତାନର କୌଣସି ହାତ ନାହିଁ। ଏହି ଆକ୍ରମଣ ପାଇଁ ତାଙ୍କୁ ଏବଂ ପାକିସ୍ତାନକୁ ଭୁଲ ଭାବରେ ଦାୟୀ କରାଯାଉଛି। ପାକିସ୍ତାନର ପ୍ରତିଷ୍ଠା ନଷ୍ଟ କରିବାରେ ଭାରତ ଦାୟୀ ଓ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଭାରତକୁ ଅନ୍ଧ ଭାବରେ ସମର୍ଥନ ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ତେବେ ଏହି ଆକ୍ରମଣ ପଛରେ ଭାରତର ହାତ ଥିବା କଥା ମଧ୍ୟ ସେ କହିଛନ୍ତି। ପହଲଗାମ ଆକ୍ରମଣରେ ପାକିସ୍ତାନ କିମ୍ବା ଏହାର କୌଣସି ଗୋଷ୍ଠୀ କିମ୍ବା ସଂଗଠନର କୌଣସି ସମ୍ପର୍କ ନଥିବା କଥା ସେ କହିଛନ୍ତି।

କସୁରୀଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆ ସାଇଟ ରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକ ମାନେ ଭିନ୍ନ ଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି।

 

Comments are closed.