Latest Odisha News

BREAKING NEWS

ରାଜଧାନୀର ଦୁଇ ଷ୍ଟେସନରୁ ୨ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ଦୁଇଟି ରେଳ ଷ୍ଟେସନରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଛି । ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରୁ ଉଦ୍ଧାର ହୋଇଛି ।ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି ।

ସୂଚନାମୁତାବକ, ଭୁବନେଶ୍ୱର ବାଣୀ ବିହାର ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ଓ ଲିଙ୍ଗରାଜ ଷ୍ଟେସନ ରୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ଜିଆରପି ପୋଲିସ । ତେବେ ମୃତକ ମହିଳା ହେଲେ ଗୌରୀ ଜେନା (୫୫) ,ତାଙ୍କର ଘର ଖୋର୍ଦ୍ଧା ଟାଙ୍ଗୀର ମଙ୍ଗଳାଯୋଡ଼ି ବୋଲି ଜଣାପଡିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ ।

୨ଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଛାନ୍‌ଭିନ୍‌ ଚଳାଇଛି ରେଲୱେ ପୋଲିସ ଏବଂ ସ୍ଥାନୀୟ ପୋଲିସ ।

Comments are closed.