Latest Odisha News

BREAKING NEWS

ନକ୍ସଲ ବିରୋଧୀ ଅଭିଯାନ: ସର୍ଚ୍ଚ ଅପରେସନ ବେଳେ ୩୬ ଡିନୋନେଟର ଓ ୩୩ ଜିଲୋଟିନ ଜଙ୍ଗଲରୁ ଉଦ୍ଧାର

ବୌଦ୍ଧ: ସୁରକ୍ଷାକର୍ମୀ ପକ୍ଷରୁ ବୌଦ୍ଧ ମନମୁଣ୍ଡା ଥାନା କାନାଗୁନ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଅଭିଯାନକୁ ଜୋରଦାର କରାଯାଇଛି। ନକ୍ସଲ ବିରୋଧୀ ଅଭିଯାନରେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ୍ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓ ଡମ୍ପିଂ ଠାବ ହୋଇଛି। ଏସପିଙ୍କ ନେତୃତ୍ୱରେ ମାତାକୁପା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡର ମିଳିତ ସର୍ଚ୍ଚ ଅପରେସନ ଏହି ସଫଳ ମିଳିଛି। ତେବେ ଏହି ସର୍ଚ୍ଚ ଅପରେସନବେଳେ ସୁରକ୍ଷାକର୍ମୀମାନେ ଡିନୋନେଟର ଏବଂ ଜିଲୋଟିନ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି।

ସୂଚନାନୁସାରେ, ଏହି ସର୍ଚ୍ଚ ଅପରେସନବେଳେ କାନାଗୁନ ଗାଁ ନିକଟ ଜଙ୍ଗଲ ନିକଟରୁ ସୁରକ୍ଷାକର୍ମୀମାନେ ୩୬ ଡିନୋନେଟର ଏବଂ ୩୩ ଜିଲୋଟିନ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଏଥିସହ ସୁରକ୍ଷାକର୍ମୀମାନେ ମାଓ ପୋଷାକ ସହ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି ।

ଏହି ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ସୂଚନା ରହିଛି ।

 

Comments are closed.