ନୂଆଦିଲ୍ଲୀ: ଆଜି ୧୨୧ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ମୋଦି ତାଙ୍କର ଅଭିଭାଷଣ ଆତଙ୍କବାଦ ବିରୋଧରେ ଏକ ବାର୍ତ୍ତା ଦେଇ ଆରମ୍ଭ କରିଥିଲେ । ସେ କହିଛିନ୍ତି ଯେ, ଆଜି ମୁଁ ଆପଣଙ୍କ ସହ ମନର କଥା କହୁଛି, ମୋ ହୃଦୟରେ ଗଭୀର ବେଦନା ରହିଛି । ପହଲଗାମ ଆତଙ୍କୀ ଆକ୍ରମଣ ଦେଶବାସୀଙ୍କୁ ଦୁଃଖ ଦେଇଛି । ଆତଙ୍କବାଦୀଙ୍କ ବିରୋଧରେ ସାରାଦେଶ ଏକାଠି ହୋଇଛି । ଏଭଳି ଘଟଣାକୁ ନେଇ ସାରା ବିଶ୍ବ ସମବେଦନା ଜଣାଉଛି ।
ପୀଡିତଙ୍କ ପରିବାରକୁ ନ୍ୟାୟ ମିଳିବ କହିଲେ ପ୍ରଧାନମନ୍ତ୍ରୀ । ଆକ୍ରମଣକାରୀ ଏବଂ ଷଡ଼ଯନ୍ତ୍ରରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ । ଜମ୍ମୁ କଶ୍ମୀରର ବିକାଶକୁ ସହ୍ୟ କରିପାରୁ ନାହାନ୍ତି ଆତଙ୍କବାଦୀ । ଏକତା ହିଁ ଆମର ବଡ଼ ଶକ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କଶ୍ମୀରରେ ଶାନ୍ତି ଫେରୁଛି । ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା । ଏପରି ପରିସ୍ଥିତିରେ, କଶ୍ମୀରର ଶତ୍ରୁମାନେ ପୁଣି ଥରେ ଆକ୍ରମଣ କରି ଏହାକୁ ଧ୍ୱଂସ କରିବାକୁ ଚେଷ୍ଟା କରିଛନ୍ତି । ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼ିବାରେ ଦେଶର ସମସ୍ତ ଲୋକଙ୍କ ଏକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ସମଗ୍ର ବିଶ୍ୱ ୧୪୦ କୋଟି ଦେଶବାସୀଙ୍କ ସହିତ ଅଛି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ପୀଡିତ ପରିବାରକୁ ପୁଣି ଥରେ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ନ୍ୟାୟ ପାଇବେ । ସେ କହିଛନ୍ତି ଯେ ଅନେକ ଦେଶର ନେତାମାନେ ମୋ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଛନ୍ତି । ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ସମଗ୍ର ବିଶ୍ୱ ୧୪୦ କୋଟି ଦେଶବାସୀଙ୍କ ସହିତ ଅଛି । ମୁଁ ପୁଣି ଥରେ ପୀଡିତ ପରିବାରକୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କୁ ନ୍ୟାୟ ମିଳିବ, ନ୍ୟାୟର ଜୟ ହେବ । ଏହି ଆକ୍ରମଣର ଦୋଷୀ ଏବଂ ଷଡ଼ଯନ୍ତ୍ରକାରୀମାନଙ୍କୁ କଠୋର ରୁ ଅତି କଠୋର ଜବାବ ଦିଆଯିବ ।
Comments are closed.