Latest Odisha News

BREAKING NEWS

ହିନ୍ଦୁ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରି ୮ ଜଣଙ୍କ ନାଁରେ ମାମଲା ରୁଜୁ

ବିଲାସପୁର: ଏନସିସି କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗରେ ୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ । କେତେକ ଛାତ୍ରଛାତ୍ରୀଙ୍କୁ ଏନସିସି ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭ ଜଣ ଶିକ୍ଷକ ସମେତ ୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

୧୫୯ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କୋଟା ଥାନା ଅଧୀନ ଶିବତରାଇ ଗାଁରେ ମାର୍ଚ୍ଚ ୨୬ରୁ ଏପ୍ରିଲ ୧ ମଧ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା । ଏହି ସମୟରେ ଏଥିରେ କେବଳ ୪ ଜଣ ମୁସଲମାନ ଥିବାବେଳେ ଅନ୍ୟ ମାନଙ୍କୁ ମଧ୍ୟ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି ।

ଏହି ମାମଲାର ତଦନ୍ତ ପାଇଁ ବିଲାସପୁରର ବରିଷ୍ଠ ପୋଲିସ ଅଧୀକ୍ଷକ ରାଜନେଶ ସିଂହ, ସିଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ଅକ୍ଷୟ ସାବାଦ୍ରାଙ୍କ ନେତୃତ୍ୱରେ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ । ତଦନ୍ତ ରିପୋର୍ଟ ଏସଏସପିଙ୍କୁ ଦାଖଲ ହେବା ପରେ ଶନିବାର ଦିନ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ଦିଲୀପ ଝା, ମଧୁଲିକା ସିଂହ, ଜ୍ୟୋତି ବର୍ମା, ନୀରଜ କୁମାରୀ, ପ୍ରଶାନ୍ତ ବୈଷ୍ଣବ, ସୂର୍ୟଭାନ ସିଂହ ଏବଂ ବସନ୍ତ କୁମାର ଏବଂ ଟିମ୍ କୋର ଲିଡର-ତଥା-ଛାତ୍ର ଆୟୁଷ୍ମାନ ଚୌଧୁରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

Comments are closed.