Latest Odisha News

BREAKING NEWS

ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେଇଥିବା ସୂରଜ ସେଠୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: କିଛିମାସ ତଳେ ସୁରଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ପୁଅ ସୂରଜ ସେଠୀ ଅଙ୍ଗଦାନ କରି ନିଜ ମୃତ୍ୟୁ ପରେ ମଧ୍ୟ ୬ ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲେ ।

ପୁଅ ମରିଯାଇଥିଲେ ମଧ୍ୟ ୬ ଟି ଜୀବନରେ ନୂଆ ପ୍ରାଣ ଭରି ଦେଇଥିବାରୁ ତାଙ୍କୁ ନେଇ ବେଶ୍ ଗର୍ବିତ ଅଟନ୍ତି ପରିବାର ସମେତ ସମ୍ପୂର୍ଣ୍ଣ ରାଜ୍ୟବାସୀ ।

ତେବେ ସ୍ବର୍ଗତ ସୂରଜଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ସମ୍ମାନ ଜଣାଇ ତାଙ୍କ ବାପା ବାବୁଲି ସେଠୀ ଓ ମା’ ଗୀତାଞ୍ଜଳୀଙ୍କୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୂରଜଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳ ସୂରଜଙ୍କ ବାପା ମା’ଙ୍କୁ ପ୍ରଶଂସା କରିବା ସହ ଖୁବଶୀଘ୍ର ତାଙ୍କ ପରିବାରକୁ ବିଜୁ ପକ୍କା ଘର ପ୍ରଦାନ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୯ତାରିଖରେ ସୂରଜଙ୍କ ବାପା-ମା’ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧିତ କରିବା ସହ ପ୍ରତିବର୍ଷ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଏହି କାର୍ଯ୍ୟରେ ନିୟୋଜିତ ଅନୁଷ୍ଠାନ ଗୁଡ଼ିକୁ ସୂରଜଙ୍କ ନାମରେ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣ କରିଥିଲେ।

ଏଥିସହ ମୃତ ସୂରଜଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Leave A Reply

Your email address will not be published.