Latest Odisha News

BREAKING NEWS

ତାରକସି, ମାଟି କଣ୍ଢେଇ କାମକୁ ଉଦଜିବିତ ରଖିଥିବା ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

କଟକ: କଟକ ସହରର ସୁପରିଚିତ ଐତିହ୍ୟ ପଦଯାତ୍ରାର ଆବାହକ ଡକ୍ଟର ଦୀପକ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଓଡିଶା କ୍ରିକେଟ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ୭ମ ବାର୍ଷିକ କାର୍ଯ୍ୟକ୍ରମ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଟକର ଐତିହ୍ୟର ପରମ୍ପରାକୁ ଉଦଜିବିତ କରିଥିବା ବିଭିନ୍ନ ଶିଳ୍ପୀ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା I ସେମାନେ ହେଲେ ପଙ୍କଜ ଚରଣ ସାହୁ ଓ ବିଶ୍ୱନାଥ ଦେ (କଟକ ରୂପା ତାରକସି), ଅଶୋକ ବେହେରା (ଶିଙ୍ଘ କାମ), ପୂର୍ଣ୍ଣଚନ୍ଦ୍ର (ଜାପାନୀ) ସିଂ (ଜରି ମେଢ଼ କାମ) ଏବଂ ଉର୍ବଶୀ ଓରଫ୍ ବାୟାଣୀ (ମାଟି କଣ୍ଢେଇ କାମ) I

ବିଶିଷ୍ଟ କବି ତଥା ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବିଶିଷ୍ଠ ବ୍ୟକ୍ତିମାନେ କଟକର ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ଭୂୟସୀ ପ୍ରଶଂସା କରିବା ସଂଗେ ସଂଗେ ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଚିନ୍ତା ପ୍ରକଟ କରିଥିଲେ ।

ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି କହିଲେ ଯେ ବାରବାଟୀ ଦୁର୍ଗକୁ ବାଦଦେଇ ଓଡିଶାର ଇତିହାସ ଲେଖିବା ସମ୍ଭବ ନୁହେଁ । ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ଶାସନ କାଳରେ ବାରବାଟୀ ଦୁର୍ଗର ଅବସ୍ଥା ଓ ଭୂମିକା ସଂପର୍କରେ ପ୍ରଫେସର ମହାନ୍ତି ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ଐତିହ୍ୟପ୍ରେମୀ ଜେ.ପି.ଜଗଦେବ ଓ ସମ୍ମାନୀତ ଅତିଥି ପ୍ରଫେସର ଡକ୍ଟର ସଂଜୟ ଆଚାର୍ଯ୍ୟ କଟକର ଐତିହ୍ୟ ଓଡିଶାକୁ ଗୌରବାନ୍ଵୀତ କରିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସଂଜୟ ବରାଳ, ଅଶୋକ ନାୟକ, ସୁରେଶ ପ୍ରସାଦ ମିଶ୍ର, ମଳୟ ପତି, ଶ୍ରୀକାନ୍ତ ସିଂହ, ତ୍ରିଲୋଚନ ସ୍ବାଇଁ, ପଙ୍କଜ ସାହୁ,ବିଶ୍ବନାଥ ଦେ, ଅଶୋକ ବେହେରା, ପୂର୍ଣ୍ଣଚନ୍ଦ୍ର ସିଂହ, ଡ. କୁମାର ଅରୋଜ୍ୟୋତି, ଦେବୀ ପ୍ରସନ୍ନ ନନ୍ଦ, ବିଶ୍ବରଞ୍ଜନ ଦେହୁରୀ ପ୍ରଭୃତି ଐତିହ୍ୟ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ଐତିହ୍ୟ ପ୍ରେମୀମାନଙ୍କ ମଧ୍ୟରେ କିଶୋର ବିଟ୍, ଜୀବାନନ୍ଦ ମିଶ୍ର, ହରେକୃଷ୍ଣ ରାଉତ, ଅସିତ ମହାନ୍ତି, ଓମ୍ ପ୍ରକାଶ ମହାନ୍ତି, ପ୍ରଫେସର ଚିନ୍ମୟ ଜେନା, ପ୍ରଫେସର ସଂଗୀତା ଧଳ, ରାଜା ପରିଜା, ବିଭୂତି ଭୂଷଣ ବାରିକ୍, ବ୍ୟାପ୍ତି ପଟ୍ଟନାୟକ, ମନୋଜ ମହାପାତ୍ର ଅରୁଣୀତା ପାଢୀ, ଆଦିତ୍ୟ ଘୋଷ, ହିତେଶ ସେଠ୍, ବ୍ୟାପ୍ତି ପଟ୍ଟନାୟକ,ଜିତେନ୍ଦ୍ରୀୟ ସିଂହ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ହେମନ୍ତ କୁମାର ପରିଡା, ବିଶ୍ବେଶ୍ବର ଦାସ, ଅଜୟ ମିଶ୍ର, ବିଶ୍ବରଂଜନ ମହାନ୍ତି, ବିଶ୍ଵଜିତ ସାହୁ, ଦୀପା ସାମନ୍ତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଟକର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସଂପର୍କରେ ନିଜ ନିଜର ମତ ରଖିଥିଲେ । ହିତେଶ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।

 

Comments are closed.