Latest Odisha News

BREAKING NEWS

ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହାଇ ଆଲର୍ଟରେ ସମଗ୍ର ଭାରତ । ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଦେଶର ସମସ୍ତ ରେଳ ଷ୍ଟେସନରେ ଫ୍ଳାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି । ଏହି ପ୍ରରିପେକ୍ଷିରେ ସୋମବାର ଭୁବନେଶ୍ୱର ରେଲୱେ ଷ୍ଟେସନରେ ମଧ୍ୟ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଆରପିଏଫ୍ ପୋଲିସ ଦ୍ବାରା ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏଥିରେ ଆଇଆଇସି ଏବଂ ଏସଆଇ ମଧ୍ୟ ସାମିଲ ହୋଇଥିଲେ । ଏହାସହ ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରାଯାଇଛି । ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ସମଗ୍ର ଷ୍ଟେସନ ପରିସରକୁ ଟିକନିକ କରି ଯାଞ୍ଚ କରାଯାଉଛି ।

ଏପରିକି କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆରପି କିମ୍ବା ଆରପିଏଫ୍‌ କୁ ସୂଚନା ଦେବାକୁ ଜନସାଧାରଣଙ୍କୁ କୁହାଯାଉଛି । କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିଲେ ତୁରନ୍ତ ଆର୍‌ପିଏଫକୁ ଖବର ଦେବାକୁ କୁହାଯାଇଛି ।
ଆରପିଏଫ କର୍ମଚାରୀମାନେ ଷ୍ଟେସନ ପରିସରରେ ଉନ୍ନତ ନିରୀକ୍ଷଣ ବ୍ୟବସ୍ଥା ବ୍ୟବହାର କରି ଲଗେଜ ଯାଞ୍ଚ୍ ଏବଂ ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଯାଞ୍ଚ୍ କାର୍ଯ୍ୟ କରିଥିଲେ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ, ପ୍ଲାଟଫର୍ମ ଏବଂ ପାର୍କିଂ କ୍ଷେତ୍ରରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

 

Comments are closed.