ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସାବ୍ ଇଣ୍ଡିଆ(Saab India ) ଭାରତୀୟ ସଶସ୍ତ୍ର ବାହିନୀକୁ ନିଜର ଆଡଭାନ୍ସ AT4 ଆଣ୍ଟି-ଆର୍ମର ସିଷ୍ଟମ ପ୍ରଦାନ କରିଛି। ଏଥିପାଇଁ, AT4CS AST ଭାରିଏଣ୍ଟକୁ ସ୍ୱତନ୍ତ୍ର ଭାବରେ ଚୟନ କରାଯାଇଛି, ଯାହା ସଂକୀର୍ଣ୍ଣ ସ୍ଥାନରେ କାର୍ଯ୍ୟ କରିବା ପାଇଁ ଡିଜାଇନ୍ ହୋଇଛି। ଭାରତୀୟ ସେନାର ଆଧୁନିକୀକରଣ ଅଭିଯାନରେ ଆଉ ଏକ ବଡ଼ ସଫଳତା ଉପଲବ୍ଧ ହୋଇଛି । ସ୍ୱୀଡେନର ପ୍ରତିରକ୍ଷା କମ୍ପାନୀ ସାବ୍ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ, ଭାରତୀୟ ସଶସ୍ତ୍ର ବାହିନୀକୁ ଆମର AT4 ଆଣ୍ଟି-ଆର୍ମର ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସଫଳ ବିତରଣ ଘୋଷଣା କରି ଆମେ ଗର୍ବିତ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ, SAAB India କହିଛି, “ଆମେ ଭାରତୀୟ ସଶସ୍ତ୍ର ବାହିନୀକୁ ଆମର AT4 ଆଣ୍ଟି-ଆର୍ମର ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସଫଳ ବିତରଣ ଘୋଷଣା କରି ଗର୍ବିତ। AT4 ଭାରତର ଅସ୍ତ୍ରଭାଣ୍ଡାରରେ କ୍ଷୁଦ୍ର ଦୂରଗାମୀ ଯୁଦ୍ଧ ପାଇଁ ଏକ ନିର୍ଭରଯୋଗ୍ୟ ଏକକ-ସଟ୍ ସମାଧାନ ଭାବରେ ସାମିଲ ହୋଇଛି ।ଭାରତ AT4CS AST ଭାରିଏଣ୍ଟ କିଣିଛି, ଯାହା କୋଠା, ଶତ୍ରୁ ବଙ୍କର ଏବଂ ସହରାଞ୍ଚଳ ଯୁଦ୍ଧରେ ଟାର୍ଗେଟ କରିବା ପାଇଁ ବ୍ୟବହୃତ ହୁଏ।”
We are proud to announce the successful delivery of our AT4 anti-armour weapon system to the Indian Armed Forces. Selected through a competitive evaluation, AT4 joins India’s arsenal as a trusted single-shot solution for short-range combat. India has procured the AT4CS AST… pic.twitter.com/ewhCsIYxcE
— Saab India (@SaabIndia) April 28, 2025
ସହରାଞ୍ଚଳ ଯୁଦ୍ଧ ବ୍ୟତୀତ, ଭାରତୀୟ ସେନା AT4 ଆଣ୍ଟି-ଆର୍ମର ସାହାଯ୍ୟରେ ପାହାଡ଼ ଅଞ୍ଚଳରେ ବଙ୍କରରେ ଲୁଚି ରହିଥିବା ଶତ୍ରୁମାନଙ୍କ ଉପରେ ସିଙ୍ଗଲ ସଟ୍ ଆକ୍ରମଣ ମଧ୍ୟ କରିପାରିବ। ଏହା ବ୍ୟତୀତ, ଏହାକୁ ବହୁତ କମ୍ ସ୍ଥାନରୁ ଫାୟାର କରାଯାଇପାରିବ। ଅନେକ ସମୟରେ ସୈନିକମାନଙ୍କ ପାଖରେ ଅସ୍ତ୍ର ଫୁଟାଇବା ପାଇଁ ବହୁତ କମ୍ ସ୍ଥାନ ଥାଏ କିମ୍ବା କୋଠାରେ ଲୁଚି ରହି ମଧ୍ୟ ଗୁଳି ଚଳାଯାଇପାରିବ। ଭାରତ ଏହାକୁ ସ୍ୱୀଡେନ କମ୍ପାନୀ ସାବଠାରୁ ବିଶେଷ ଭାବରେ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ କିଣିଛି । ପାକିସ୍ତାନ ସହିତ ଉତ୍ତେଜନା ଥିବା ସମୟରେ, AT4 ଆଣ୍ଟି-ଆର୍ମର ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବ।
AT4 Anti-Armor ସିଷ୍ଟମ ବୈଶିଷ୍ଟ୍ୟ
ସୈନିକମାନେ AT4 ଆଣ୍ଟି-ଆର୍ମରକୁ କାନ୍ଧରେ ରଖି ଫାୟର କରାଯାଇପାରିବ । ଏହା ମାନବ-ସଞ୍ଚାଳିତ ଅସ୍ତ୍ର, ଯାହାର ଓଜନ ମାତ୍ର ୭.୫ କିଲୋଗ୍ରାମ।ଏହାର ଲମ୍ବ ମାତ୍ର ଏକ ମିଟର ଏବଂ ୩୦୦ ମିଟର ଦୂରତାରୁ ଶତ୍ରୁଙ୍କୁ ନିଖୁଣ ଭାବେ ଆକ୍ରମଣ କରିପାରେ। ଏହା ଏକ ରିକୋଇଲେସ ଅସ୍ତ୍ର ଯାହା ଏକ ପ୍ରି-ଲୋଡେଡ ହିଟ ଓ୍ୱାରହେଡ୍ ସହିତ ଆସେ, ଯାହା ଟ୍ୟାଙ୍କ, ସଶସ୍ତ୍ର ଯାନ, ବଂକର ଏବଂ କାନ୍ଥକୁ ଭେଦ କରିବା ପାଇଁ ଡିଜାଇନ କରାଯାଇଛି। AT4CS AST ଭାରିଆଣ୍ଟ ସହରୀ ଯୁଦ୍ଧରେ ବ୍ୟବହାର ପାଇଁ ଉପଯୁକ୍ତ, କାରଣ ଏହା ବ୍ୟାକବ୍ଲାଷ୍ଟ ହ୍ରାସ କରେ ଏବଂ ଘର ଭିତରୁ ମଧ୍ୟ ଚଳାଯାଇପାରେ।
ଭାରତ ବ୍ୟତୀତ, ଏହାକୁ ଆମେରିକା, ଅଷ୍ଟ୍ରେଲିଆ, ୟୁକ୍ରେନ, ଜର୍ମାନ ଏବଂ ଫ୍ରାନ୍ସ ସୈନିକମାନେ ବ୍ୟବହାର କରନ୍ତି। ଏହି ଅସ୍ତ୍ର ଦ୍ବାରା ୟୁକ୍ରେନ ସୈନ୍ୟମାନେ ରୁଷିଆ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡ଼ିକୁ ବହୁତ କ୍ଷତି ପହଞ୍ଚାଇଛନ୍ତି। ଏହାକୁ ରୁଷିଆନ୍ ଟ୍ୟାଙ୍କଗୁଡ଼ିକୁ ଧ୍ସଂସ କରିବା ପାଇଁ ଅଧି୍କ ବ୍ୟବହାର କରାଯାଇଛି।
ପୂର୍ବରୁ, ସାବ୍ ଜାନୁଆରୀ ୨୦, ୨୦୨୨ରେ ଘୋଷଣା କରିଥିଲା ଯେ, ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନାକୁ AT4, 84mm ସିଙ୍ଗଲ୍-ସଟ୍ ଅସ୍ତ୍ର ଯୋଗାଣ ପାଇଁ ଏକ ଚୁକ୍ତିନାମା ଦିଆଯାଇଛି।
Comments are closed.