Latest Odisha News

BREAKING NEWS

ସରକାର ଦେଶଦ୍ରୋହୀଙ୍କ ବିରୋଧରେ ସ୍ପାଇୱେର ବ୍ୟବହାର କରିବା ଭୁଲ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ପେଗାସନ୍‌ ସ୍ବାଇଓ୍ବେର ମାମଲା ଶୁଣାଣି କରିଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଉଦେଶ୍ୟରେ କୌଣସି ଦେଶ ପାଖରେ ସ୍ପାଇଓ୍ବେର ରହିବା କୌଣସି ଖରାପ କଥା ନୁହେଁ। ପ୍ରକୃତ ଚିନ୍ତା ଏହା କରିବା କଥା ଯେ, ଏହି ସ୍ପାଇଓ୍ବେରର ବ୍ୟବହାର କିଭଳି ଓ କାହା ବିରୋଧରେ କରାଯାଏ। କିନ୍ତୁ ଯଦି ଏହା ସାଧାରଣ ଲୋକଙ୍କ ଉପରକୁ ଆସେ ତେବେ ସ୍ପାଇଓ୍ବେରର ବ୍ୟବହାର ଅଭିଯୋଗର ଯାଞ୍ଚ କରାଯିବ।

ଇସ୍ରାଏଲୀ ସ୍ପାଇଓ୍ବେର ପେଗାସସ୍‌ ଉପଯୋଗ କରି ସାମ୍ବାଦିକ, କାର୍ଯ୍ୟକର୍ତ୍ତା ଓ ରାଜନେତାଙ୍କ ଉପରେ ସ୍ବତନ୍ତ୍ର ଯାଞ୍ଚ କରିବାର ଦାବି କରି ୨୦୨୧ ରେ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ଏହି ଆବେଦନ ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ୍‌. କୋଟେଶ୍ବର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ଦେଶ ନିଜର ନ୍ୟାସନାଲ ସିକ୍ୟୁରିଟି ସହ କୌଣସି ବୁଝାମଣା କରିପାରିବନି। ଯଦି ସରକାର ଦେଶଦ୍ରୋହୀଙ୍କ ବିରୋଧରେ ସ୍ପାଇଓ୍ବେର ବ୍ୟବହାର କରନ୍ତି ତେବେ ଏହା ଭୁଲ୍ ନୁହେଁ।’

ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ କପିଲ ସିବଲ ଆମେରିକାର ଜିଲ୍ଲା କୋର୍ଟଙ୍କ ଏକ ରାୟକୁ ଉପସ୍ଥାପିତ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଇସ୍ରାଏଲ ସ୍ଥିତ ସ୍ପାଏୱେୟାର ଫାର୍ମ NSO ଗ୍ରୁପ୍ ହ୍ୱାଟସଆପ୍ ହ୍ୟାକ୍ କରିବା ପାଇଁ ପେଗାସସ୍ ମାଲୱେର୍ ବ୍ୟବହାର କରିଥିଲା ଏବଂ ରାୟରେ ଭାରତକୁ ପ୍ରଭାବିତ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ କରାଯାଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ସ୍ପାଏୱେୟାରର ଅପବ୍ୟବହାର ସମ୍ପର୍କରେ ଏକ୍ସପର୍ଟ କମିଟିର ରିପୋର୍ଟକୁ ସାର୍ବଜନୀନ କରାଯାଇପାରିବ ନାହିଁ। କାରଣ ଏହା କରିବା ଦ୍ୱାରା ଏହି ମାମଲା ବିତର୍କର ବିଷୟ ହେବ।

Comments are closed.