ନୂଆଦିଲ୍ଲୀ: କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାରେ ଜାତିସଂଘ ପ୍ରବେଶ କରିଛି । ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ଦୃଢ଼ ନିନ୍ଦା କରିଛନ୍ତି । ଯେଉଁଥିରେ ୨୯ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା ।
ଜାତିସଂଘର ବିବୃତ୍ତି ଅନୁଯାୟୀ, ମହାସଚିବ ତାଙ୍କ ଫୋନ୍ କଲ୍ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ । । ଜାତିସଂଘ ମୁଖ୍ୟ କହିଛନ୍ତି ଯେ, ଦକ୍ଷିଣ ଏସୀୟ ଅଞ୍ଚଳ ଏବଂ ବିଶ୍ୱ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ସହ୍ୟ କରିପାରିବ ନାହିଁ । ଏହି ସଂଘର୍ଷ ଉଭୟ ଦେଶ ଏବଂ ବିଶ୍ୱ ପାଇଁ ବିପର୍ଯ୍ୟୟକାରୀ ହେବ । ଦୁଃଖଦ ପରିଣାମ ଆଣିବାକୁଥିବା ଏହି ମୁକାବିଲାକୁ ଏଡାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
In separate phone calls with @CMShehbaz Prime Minister of #Pakistan and Subrahmanyam Jaishankar, Minister for External Affairs of #India, Secretary-General, António Guterres, offered his Good Offices to support de-escalation efforts.
Full readout: https://t.co/nJfK6qbOfo
— UN Spokesperson (@UN_Spokesperson) April 29, 2025
ଏ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ଜୟଶଙ୍କର କହିଛନ୍ତି, “ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସଙ୍କ ଠାରୁ ଏକ ଫୋନ ପାଇଲି । ପହଲଗାମରେ ଆତଙ୍କବାଦୀ ଆକ୍ରମଣର ତାଙ୍କର ସ୍ପଷ୍ଟ ନିନ୍ଦାକୁ ପ୍ରଶଂସା କରୁଛି । ଏହି ଘଟଣାର ଗୁରୁତ୍ୱ ଉପରେ ସହମତ । ଭାରତ ଏହି ଆକ୍ରମଣର ଅପରାଧୀ, ଯୋଜନାକାରୀ ଏବଂ ସମର୍ଥକମାନଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବାକୁ ଦୃଢ଼ ସଂକଳ୍ପବଦ୍ଧ।”
ଅନ୍ୟପଟେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ଗୁଟେରେସଙ୍କ ସହ ଫୋନ ଯୋଗେ କଥା ହେବା ପରେ ପହଲଗାମ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଛନ୍ତି । ସରିଫ ଏକ୍ସ ରେ ଲେଖିଥିଲେ, “ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛି । ମୁଁ ପାକିସ୍ତାନର ସମସ୍ତ ପ୍ରକାରର ଆତଙ୍କବାଦର ନିନ୍ଦାକୁ ପୁନଃଦୋହରାଇଛି, ଭିତ୍ତିହୀନ ଭାରତୀୟ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ପହଲଗାମ ଘଟଣାର ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି । ପାକିସ୍ତାନ ଶାନ୍ତି ପାଇଁ ପ୍ରତିବଦ୍ଧ କିନ୍ତୁ ଯଦି ଚ୍ୟାଲେଞ୍ଜ କରାଯାଏ ତେବେ ପୂର୍ଣ୍ଣ ବଳରେ ଏହାର ସାର୍ବଭୌମତ୍ୱକୁ ରକ୍ଷା କରିବ।”
Comments are closed.