Latest Odisha News

BREAKING NEWS

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

ବରଗଡ଼: ବଜ୍ରାଘାତରେ ଗୋଟିଏ ପରିବାରର ୩ ମୃତ । ପରିବାରର ୩ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଖମରା ଗାଁରେ । ବିଲରେ କାମ କରିବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସ୍ବାମୀ,ସ୍ତ୍ରୀ ଓ ପୁତୁରାଙ୍କ ମୃତ୍ୟୁ ହୋଇଛି ।

ଖବର ମୁତାବକ, ଲାଖମରା ଗାଁର ମମତା ମେହେର, ଆଶିଷ ମେହେର ଓ ପୁତୁରା ଚାଷ କାମ ପାଇଁ ବିଲକୁ ଯାଇଥିଲେ । ଚାଷ ଜମିରେ ପାଣି ମଡ଼ାଇବା ବେଳେ ବର୍ଷା ଓ ଘଡଘଡି ସହିତ ବିଜୁଳି ମାରିଥିଲା । ତେବେ କ୍ଷେତରେ ତିଆରି ହୋଇଥିବା ଏକ ଚାଳ ଘରେ ସେମାନେ ଆଶ୍ରୟ ନେଇଥିଲେ । ସେହି ସମୟରେ ସେଠାରେ ବିଜୁଳି ପଡିଥିଲା । ଫଳରେ ୩ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଆସନ୍ତା ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

Comments are closed.