ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଏବେ ରୋମାଂଚକ ମୋଡରେ ପଂହଚି ଯାଇଛି । ସମସ୍ତ ଟିମ ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଏଥର ଆଇପିଏଲରେ ଏଆଇ ରୋବୋଟ ଡଗ ଚମ୍ପକ ବେଶ ଲୋକପ୍ରିୟତା ହାସଲ କରିଛି । ତେବେ ଏହାର ନାମ ଚମ୍ପକ ରଖି ବିସିସିଆଇ ଅଡୁଆରେ ପଡିଛି । ଛୋଟ ପିଲାଙ୍କ ପତ୍ରିକା ଚମ୍ପକ ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଆବେଦନ କରି ଏହା ଟ୍ରେଡମାର୍କ ନିୟମ ଉଲ୍ଲଂଘନ ବୋଲି ଦର୍ଶାଇଥିଲା । ଏବେ ହାଇକୋର୍ଟ ବିସିସିଆକୁ ନୋଟିସ ଜାରୀ କରିଛି ।
୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ହୋଇଛି । ବିସିସିଆଇ ରୋବାଟର ନାମକରଣ ପାଇଁ ଫ୍ୟାନ ପୋଲ କରିଥିଲା । ଏଥିରେ ଚମ୍ପକ ନାମକୁ ଦର୍ଶକ ପସନ୍ଦ କରିଥିଲେ । ମ୍ୟାଚ ଅବସରରେ ପଡିଆରେ ଚମ୍ପକ ଖେଳାଳି ଓ ଦର୍ଶକଙ୍କ ବେଶ ମନୋରଞ୍ଜନ କରୁଛି । ସୁନୀଲ ଗାଭାସ୍କର, ମହେନ୍ଦ୍ର ସିଂ ଧୋନୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ଚମ୍ପକ ସହ ମଜା କରୁଥିବା ଦେଖିବାକୁ ମିଳୁଛି । ଏହି ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ ୯ରେ ହେବ ।
Comments are closed.