Latest Odisha News

BREAKING NEWS

ଦକ୍ଷିଣ କାଶ୍ମୀରରେ ଛପିଛନ୍ତି ପହଲଗାମର ଆତଙ୍କବାଦୀ

ନୂଆଦିଲ୍ଲୀ: ପହଲଗାମରେ କିଛିଦିନ ତଳେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଯେଉଁ ଆତଙ୍କବାଦୀମାନେ ସଂପୃକ୍ତ ଥିଲେ ସେମାନେ ବର୍ତ୍ତମାନ ଦକ୍ଷିଣ କାଶ୍ମୀରରେ ଲୁଚି ରହିଥିବା ନେଇ ଏନଆଇଏ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ, ସେହି ଅଞ୍ଚଳରେ ଆହୁରି  ଆତଙ୍କବାଦୀମାନେ ଲୁଚି ରହିଥାଇପାରନ୍ତି। ତେବେ ସେହି ଆତଙ୍କବାଦୀ ମାନେ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାଙ୍ଗରେ  ଧରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଯାହାଫଳରେ ସେମାନେ କୌଣସି ବାହ୍ୟ ସହାୟତା ବିନା ଜଙ୍ଗଲ ଭିତରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରୁଛନ୍ତି।

ତଦନ୍ତକାରୀ ଅଧିକାରୀ ମାନେ ଆକ୍ରମଣରୁ ବଞ୍ଚିଯାଇଥିବା ଏବଂ ପ୍ରତ୍ୟକ୍ଷଦର୍ଶୀ ମାନଙ୍କର ବୟାନ ରେକର୍ଡ କରିବାରେ ଲାଗି ପଡିଛନ୍ତି। ଆକ୍ରମଣ ଦିନ ମିନି ସ୍ୱିଜରଲ୍ୟାଣ୍ଡ’ ଭାବରେ ଜଣାଶୁଣା ବୈସାରନ ରେ ପର୍ଯ୍ୟଟକମାନେ ଫସି ରହିଥିଲେ କାରଣ  ପ୍ରବେଶ ଏବଂ ପ୍ରସ୍ଥାନ ଉଭୟ ଦ୍ୱାର ଆତଙ୍କବାଦୀ ମାନେ ବନ୍ଦ କରିଦେଇଥିଲେ ବୋଲି ଜଣାପଡ଼ିଛି।

ଚାରି ଜଣ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମୁଖ୍ୟ ଫାଟକରୁ ପ୍ରବେଶ କରିଥିଲେ, ଜଣେ ପ୍ରସ୍ଥାନ ଦ୍ୱାରରେ ଥିବା ବେଳେ ଏବଂ ଚତୁର୍ଥ ଜଣ ବ୍ୟାକଅପ୍ ଯୋଗାଇବା ପାଇଁ ଆଖପାଖ ପାଇନ୍ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି।ଆତଙ୍କବାଦୀମାନେ ପ୍ରଥମେ ପୁରୁଷଙ୍କଠାରୁ ମହିଳାମାନଙ୍କୁ ଏବଂ ମୁସଲମାନ ଓ ହିନ୍ଦୁମାନଙ୍କୁ ଅଲଗା କରିଥିବା ନେଇ ରିପୋର୍ଟ ରେ ଦର୍ଶାଯାଇଛି। ଏହାପରେ ଲୋକମାନଙ୍କୁ କଲମା ପାଠ କରିବାକୁ କୁହାଯାଇଥିଲା। ଯାହାପରେ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ପ୍ରଥମେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କର ମୃତ୍ୟୁ ହୋଇଥିଲା। ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା।

 

Comments are closed.