Latest Odisha News

BREAKING NEWS

ପୃଥିବୀ ପୃଷ୍ଠକୁ ଖସି ପଡିବ ରୁଷର କସମସ ୪୮୨

ନୂଆଦିଲ୍ଲୀ: ୫୩ ବର୍ଷ ତଳେ ସୋଭିଏଟ ୟୁନିୟନ ମହାକାଶକୁ ଏକ କୃତ୍ରିମ ଉପଗ୍ରହ ପଠାଇଥିଲା । କସମସ ୪୮୨ ନାମକ ଏହି ଉପଗ୍ରହ ଶୁକ୍ରକୁ ପଠା ଯାଇଥିଲା । ୫୩ ବର୍ଷ ପରେ ଏହି ଉପଗ୍ରହ ଏବେ ପୃଥିବୀ ପୃଷ୍ଠକୁ ଖସିବାକୁ ଯାଉଛି । ଏହା କେଉଁଠାରେ ପଡିବ ତାହା ସ୍ପଷ୍ଟ ଭାବେ ଜଣା ପଡିନି । ୧୦ ମେ ୨୦୨୫ ପାଖାପାଖି ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ । ୧୯୭୨ରେ ଏହା ଶୁକ୍ରରେ ପଂହଚିବା ପରେ ୫୦ ମିିନିଟ ପର୍ଯ୍ୟନ୍ତ ଡାଟା ପଠାଇଥିଲା । ଯାହାକି ସେ ସମୟରେ ଏକ ବଡ ଉପଲବ୍ଧି ଭାବେ ବିବେଚନା କରାଯାଇଥିଲା । ଶୁକ୍ରର ବାୟୁ ମଣ୍ଡଳରେ ଏହା ବେଶୀ ସମୟ ତିଷ୍ଠି ପାରି ନ ଥିଲା ।

ଏହାକୁ ନେବା ପାଇଁ ଉଦ୍ଦିଷ୍ଟ ସୋୟୁଜ ରକେଟର ଉପର ଅଂଶ ଖରାପ ହୋଇ ଯାଇଥିଲା । କିଛି ସମୟ ପରେ ଏହା ପୃଥିବୀ କକ୍ଷରେ ଫସି ଯାଇଥିଲା । କସମସ ୪୮୨ ୨ ଭାଗରେ ଖଣ୍ଡ ହୋଇ ଯାଇଥିଲା । ୧୯୮୧ର ଗୋଟିଏ ଅଂଶ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରି ନଷ୍ଟ ହୋଇ ଯାଇଥିଲା । ତେବେ ଅନ୍ୟ ଅଂଶଟି ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ପୃଥିବୀ କକ୍ଷରେ ଘୁରି ବୁଲୁଥିଲା । ଏବେ ଏହା ପୃଥିବୀ ପୃଷ୍ଠକୁ ଖସିବାକୁ ଯାଉଛି ବୋଲି ନେଦରଲାଣ୍ଡର ଡେଲଫେଟ ଟେକ୍ନିକାଲ ୟୁନିଭରସିଟିର ବୈଜ୍ଞାନିକମାନେ କହିଛନ୍ତି । ଏହା ୨୪୨ କିଲୋମିଟର ପ୍ରତି ଘଂଟା ବେଗରେ ପୃଥିବୀ ପୃଷ୍ଠରେ ପଡିବ ।

Comments are closed.