ଭୁବନେଶ୍ବର: ଆପଣ ଜାଣନ୍ତି କି ସୁସ୍ବାଦ ସପୁରୀ ଅନେକ ଆବଶ୍ୟକୀୟ ପୋଷକତତ୍ତ୍ୱରେ ଭରପୂର ଅଟେ । ଆଣ୍ଟିଅକ୍ସିଡାଣ୍ଟ ଏବଂ ଏନଜାଇମରେ ଭରପୂର ଅଟେ ଏହି ଫଳ। ଏଥିରେ ପୋଟାସିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ଫୋଲେଟ୍, ଫସଫରସ୍, ଜିଙ୍କ୍, ଭିଟାମିନ୍ ଏ ଏବଂ ଭିଟାମିନ୍ କେ ଭରପୂର ମାତ୍ରାରେ ରହିଛି। ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଛି।
ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଅଧିକ ପରିମାଣରେ ସପୁରୀ ମିଳିଥାଏ। ଏହି ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ । ସପୁରୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଫଳ ଭାବେ ଜଣାଶୁଣା ଅଟେ । ଯେପରିକି ଉତ୍ତମ ପାଚନ ଶକ୍ତି, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
ଆସନ୍ତୁ ଜାଣିବା ସପୁରୀର କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ-
-ଏହି ସପୁରୀ ରସକୁ ପିଇବା ଫଳରେ ଦାନ୍ତ ବା ମୁଖରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଯାଇଥାଆନ୍ତି।
-ଏଥିରେ ଥିବା ଏନଜାଇମ ପ୍ରୋଟିନକୁ ହଜମ କରିବାରେ ସହାୟକ ହୋଇଥାଏ।
-ସପୁରୀ ରସରେ ଥିବା ଭିଟାମିନ ସି ଓ ପୋଟାସିୟମ ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
-ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ସପୁରୀ ଏକ ଉତ୍କୃଷ୍ଟ ଫଳ। ଏହା ଓଜନ ହ୍ରାସ ପାଇଁ ଉପଯୁକ୍ତ । କାରଣ ଏଥିରେ ଫାଇବର ଅଧିକ ଥାଏ ଏବଂ କ୍ୟାଲୋରୀ, କାର୍ବୋହାଇଡ୍ରେଟ୍ କମ୍ ଥାଏ। ଆପଣଙ୍କୁ ହାଇଡ୍ରେଟ୍ ରଖିବା ସହିତ, ଏହା ଆପଣଙ୍କର ଭୋକ ନିୟନ୍ତ୍ରଣ କରିବାରେ ଏବଂ ଅଧିକ ଖାଇବାକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ।
-ଯେହେତୁ ସପୁରୀରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ,ଆଣ୍ଟିଅକ୍ସିଡାଣ୍ଟ ଏବଂ ଏଥିରେ ଫାଇବର ପରିମାଣ ଅଧିକ , ଏହା କର୍କଟ ରୋଗ ସୃଷ୍ଟି କରୁଥିବା ଫ୍ରି ରାଡିକାଲ୍ସ ଉତ୍ପାଦନକୁ ରୋକିବାରେ ସାହାଯ୍ୟ କରିପାରେ।
-ସପୁରୀରେ ଥିବା ଉଚ୍ଚ ଫାଇବର, ପୋଟାସିୟମ ଏବଂ ଭିଟାମିନ ସି ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହି ପୋଷକତତ୍ତ୍ୱଗୁଡ଼ିକ କୋଲେଷ୍ଟ୍ରଲ୍ ସ୍ତର ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ, ଯାହା ହୃଦ୍ଜନିତ ସମସ୍ୟାର ପ୍ରମୁଖ କାରଣ। ଏହା ଷ୍ଟ୍ରୋକ୍ ଏବଂ ବୃକକ୍ ରେ ଷ୍ଟୋନ ହେବାରର ଆଶଙ୍କା କମାଇବାରେ ମଧ୍ୟ ସହାୟକ ହୋଇଥାଏ।
-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଭିଟାମିନ୍ ସି ବହୁତ ପ୍ରଭାବଶାଳୀ। ଏଥିରେ ଥିବା ଆଣ୍ଟି-ଇମ୍ଫ୍ଲେମେଟରୀ ଗୁଣ ସହିତ ଏହି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
Comments are closed.