Latest Odisha News

BREAKING NEWS

ରୋହିତ-ରାହୁଲ ଓ ଶ୍ରେୟସଙ୍କ ଧୁଆଁଧାର ବ୍ୟାଟିଂ; ଭାରତର ବିଶାଳ ୩୮୭ ରନ୍ !

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଦୁର୍ଦ୍ଦଶ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ ବିନିମୟରେ କରିଛି ୩୮୭ ରନର ବିଶାଳ ସ୍କୋର । ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ କେ ଏଲ୍ ରାହୁଲ ଏହି ମ୍ୟାଚରେ ଆକର୍ଷଣୀୟ ଶତକ ଅର୍ଜନ କରିଛନ୍ତି ।

ଦୁର୍ଦ୍ଦଶ ଓପନର୍ ରୋହିତ ଆଜି ଷ୍ଟାଡ଼ିୟମରେ ଛକା ବର୍ଷି ଭରପୁର ଭାରତୀୟ ଦର୍ଶକଙ୍କ ମନ ଜିଣିନେଇଥିଲେ । ସେହିପରି ତାଙ୍କୁ ଉପଯୁକ୍ତ ସାଥ୍ ଦେଇଥିବା ଅନ୍ୟତମ ଓପନର୍ ରାହୁଲ୍ ମଧ୍ୟ ୧୦୪ଟି ବଲରୁ ଦ୍ରୁତ ୧୦୨ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.