କଟକ: ଖାନ୍ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଆଜି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଓ ଆହତଙ୍କ ସମସ୍ତ ଚିକିତ୍ସା ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କଟକ ଖାନ୍ ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଅଘଟଣ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଦୁଃଖ ପ୍ରକାଶ କରିଛନ୍ତି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ…
— CMO Odisha (@CMO_Odisha) May 3, 2025
ସେହିଭଳି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅନୁଧ୍ୟାନ ପରେ ମନ୍ତ୍ରୀ ଘଟଣାରେ ୩ ଜଣିଆ କମିଟି ତଦନ୍ତ କରିବା ନେଇ କହିଛନ୍ତି । ସେ କହିଛନ୍ତି ଏହି କମିଟି ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବ। ଆଉ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନାନୁସାରେ, କଟକ ଖାନନଗର ବ୍ରିଜ୍ ନିର୍ମାଣ କାମ ବେଳେ କ୍ରେନ୍ ଛିଡ଼ି ଯିବାରୁ ଖସିପଡ଼ିଲା ବିଜ୍ ନିର୍ମାଣ ପାଇଁ ବ୍ୟବହାର ହେବାକୁ ଥିବା ସ୍ଲାବ୍ । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ୩ ମୃତକଙ୍କ ମଧ୍ୟରେ ଜଣେ ଯନ୍ତ୍ରୀ ଅଛନ୍ତି। ଦୁଇ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
Comments are closed.