Latest Odisha News

BREAKING NEWS

୬ ମାସ ପରେ ଖୋଲିଲା ବଦ୍ରିନାଥ ଧାମ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ 

ନୂଆଦିଲ୍ଲୀ: ଭକ୍ତମାନଙ୍କ ପାଇଁ ଦୀର୍ଘ ୬ ମାସ ପରେ ବଦ୍ରିନାଥ ଧାମର ଦ୍ୱାର ଖୋଲିଛି। ସାରାଦେଶରୁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଏଥିପାଇଁ ଖୁବ ସୁନ୍ଦର ଭାବେ ବଦ୍ରିନାଥ ଧାମକୁ ଫୁଲରେ ସଜା ଯାଇଥିଲା। ମନ୍ଦିର ଉପରେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଫୁଲ ବର୍ଷା ମଧ୍ୟ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ ଫେବୃଆରୀ ୨୦୨୩ରେ ହୋଇଥିବା ବିପର୍ଯ୍ୟୟ ଯୋଗୁଁ ଜୋଶୀମଠ ଅଞ୍ଚଳର ପ୍ରାୟ ୨୦ ପ୍ରତିଶତ ଅଞ୍ଚଳରେ ଫାଟ ଦେଖାଦେଇଥିଲା। ଏଥିପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ଏକ ସର୍ଭେ କରିଥିଲେ। ସର୍ଭେ ପରେ, ପୁନଃନିର୍ମାଣ ପାଇଁ ଏକ ରିପୋର୍ଟ ଦିଆଯାଇଥିଲା। ଏହି ସ୍ଥାନ ପାଇଁ ୧୭୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଁ ଦେବଭୂମି ଉତ୍ତରାଖଣ୍ଡ ଏବଂ ଜ୍ୟୋତିମଠର ସମସ୍ତ ଲୋକଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

ବଦ୍ରିନାଥ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏବଂ ହିନ୍ଦୁ ମାନଙ୍କ ପାଇଁ ପବିତ୍ର ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ପବିତ୍ର ସ୍ଥାନଟି ଅଳକାନନ୍ଦା ନଦୀର ବାମ କୂଳରେ ନର ଏବଂ ନାରାୟଣ ପର୍ବତ ମଧ୍ୟରେ ଅବସ୍ଥିତ। ମନ୍ଦିରଟି କେବଳ ମେ ରୁ ନଭେମ୍ବର ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲା ରହିଥାଏ।

Comments are closed.