ଇନ୍ଦୋର: ଯେଉଁ ବୟସରେ ଛୋଟ ଛୁଆଟେ ଭଲ ଭାବରେ କଥା କହି ଶିଖି ନଥାଏ ଓ ନିଜର ପିଲା ଦିନକୁ ମନ ଭରି ଉପଭୋଗ କରୁଥାଏ। ସେହି ବୟସରେ ଇନ୍ଦୋରର ଜଣେ ତିନି ବର୍ଷୀୟା ଭିୟାନା ଜୈନ ଟର୍ମିନାଲ ବ୍ରେନ୍ ଟ୍ୟୁମର ରୋଗରେ ପିଡୀତ ହୋଇଥିଲେ।
ଯାହା ପରେ ସେ ଆଉ ସେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଇଛା ରେ ଉପବାସ ରହିବା ଭଳି କଠିନ କାର୍ଯ୍ୟ କରିଥିଲେ। ଜୈନ ଧର୍ମର ଏକ ପ୍ରଥା ଅନୁସାରେ ଏଭଳି କରିବାକୁ ‘ସନ୍ଥରା’ କୁହାଯାଏ।
ଆଇଟି ପ୍ରଫେସନାଲ ପୀୟୁଷ ଏବଂ ବର୍ଷା ଜୈନଙ୍କ ଏକମାତ୍ର ଝିଅ ଭିୟାନାଙ୍କୁ ଡିସେମ୍ବର ୨୦୨୪ରେ ବ୍ରେନ ଟ୍ୟୁମର ହୋଇଥିଲା। ଯାହାପରେ ତାଙ୍କୁ ମୁମ୍ବାଇରେ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ସୁଧୁରିନଥିଲା। ତେବେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଯେତେବେଳେ ସମସ୍ତେ ଆଶା ହରାଇ ଦେଇଥିଲେ ସେତେବେଳେ ପରିବାରର ସଦସ୍ୟ ମାନେ ଜୈନ ଧର୍ମର ଭକ୍ତିରେ ଲିନ ହୋଇ ଆଧ୍ୟାତ୍ମିକ ମାର୍ଗଦର୍ଶନ ଆଡ଼କୁ ମୁହାଁଇଲେ।
ଏହା ପରେ ମାର୍ଚ୍ଚ ୨୧ ତାରିଖରେ ଇନ୍ଦୋରରେ ଆଧ୍ୟାତ୍ମିକ ନେତା ରାଜେଶ ମୁନି ମହାରାଜଙ୍କ ଦର୍ଶନ ସମୟରେ ଝିଅକୁ “ସନ୍ଥରା” ଦିଆଯାଇଥିଲା। ତେବେ ସନ୍ଥରା ହେଉଛି ମନ୍ତ୍ର ଏବଂ ରୀତିନୀତି ସହ ପବିତ୍ର କରାଇ ମୃତ୍ୟୁ ଆଡ଼କୁ ନେଇଯିବାର ଏକ ଧାର୍ମିକ ବ୍ରତ।
ଭିୟାନାର ମାଆ ବର୍ଷା ଜୈନ କହିଥିଲେ ଯେ ଗୁରୁଦେବ ଆମକୁ ପ୍ରେରଣା ଓ ସାହାସ ଦେଇଥିଲେ। ସମସ୍ତ ଜିନିଷ ଆମକୁ ବୁଝାଇ ମଧ୍ୟ କହିଥିଲେ। ଆମ ସମ୍ମତିରେ, ‘ସନ୍ଥାରା’ କରାଯାଇଥିଲା, ଏବଂ ୧୦ ମିନିଟ୍ ପରେ ହିଁ ଭିୟାନାର ମୃତ୍ୟୁ ହୋଇଥିଲା। ତେବେ ପୂର୍ବରୁ ଅସୁସ୍ଥ ଥିବାରୁ ତିନି ବର୍ଷର ଶିଶୁଟିର ମୃତ୍ୟୁ ଏତେ କମ୍ ସମୟ ମଧ୍ୟରେ ହୋଇଥିବା ରିପୋର୍ଟରୁ ଜଣାପଡିଛି।
ବାପା ପୀୟୁଷଙ୍କ କହିବା ଅନୁଯାୟୀ ସେ ସେଠାକୁ ସନ୍ଥରା ଉଦ୍ଦେଶ୍ୟରେ ଯାଇନଥିଲେ କିନ୍ତୁ ଗୁରୁଜୀ ତାଙ୍କ ଅବସ୍ଥା ଜାଣିପାରି ଏହି ପରାମର୍ଶ ଦେଇଥିଲେ ଯାହାକୁ ପରିବାରରେ ସମସ୍ତେ ସମ୍ମତି ମଧ୍ୟ ଜଣାଇଥିଲେ। ତେବେ ‘ସନ୍ଥରା’ ବ୍ରତ ଗ୍ରହଣ କରିଥିବା ସବୁଠାରୁ କମ୍ ବୟସ୍କ ଭାବରେ ଗୋଲ୍ଡେନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି।
Comments are closed.