Latest Odisha News

BREAKING NEWS

ତାଳସଜ ଖାଇଲେ ହେବ ଓଜନ ହ୍ରାସ..!

ଭୁବନେଶ୍ବର:ବଜାରରେ ଏବେ ତାଳସଜ ବହୁତ ମିଳିଲାଣି । ଏହା ଖାଇବାକୁ ଯେତେ ଭଲ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପୋଷକତତ୍ତ୍ବ ତାଳସଜରେ ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଏହାକୁ ଖାଇଲେ ଶରୀର ତୁରନ୍ତ ହାଇଡ୍ରେଟ୍ ହୋଇଯାଏ ଏବଂ ପେଟ ଥଣ୍ଡା ହୋଇଥାଏ ।

ଏହି କମ୍ କ୍ୟାଲୋରୀ ଫଳଟିରେ ଫାଇବର, ପ୍ରୋଟିନ୍ ଏବଂ ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ ଇ ମଧ୍ୟ ରହିଛି। ଖରାଦିନେ ଏହି ତାଳସଜ ଦେହ ପାଇଁ ବେଶ୍ ଲାଭଦାୟକ ।

-ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୁଏ ଏବଂ ଜଳୀୟ ଅଂଶ ହ୍ରାସ ପାଇଥାଏ। ତେବେ ଏହି ସମୟରେ ତାଳସଜ ଶରୀରକୁ ଥଣ୍ଡା ରଖେ ଏବଂ ଏହାର ସେବନ ପ୍ରାକୃତିକ ଭାବରେ ଡିହାଇଡ୍ରେସନର ମୁକାବିଲା କରିବାରେ ସାହାଯ୍ୟ କରେ ।

-ଆମର ରୋଗ ପ୍ରତିରୋଧକ ଶକ୍ତିକୁ ଭଲ ରଖିବା ପାଇଁ ଏବଂ ରୋଗରୁ ଦୂରେଇ ରହିବା ପାଇଁ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଆବଶ୍ୟକତା ଅଛି। ଏଥିପାଇଁ ତାଳସଜ ଏକ ଉତ୍ତମ ବିକଳ୍ପ । କାରଣ ଏଥିରେ ଭିଟାମିନ୍ ଭରପୂର ମାତ୍ରାରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ।

– ଦୁର୍ବଳ ମେଟାବୋଲିଜିମ୍ କାରଣରୁ ଲୋକମାନଙ୍କ ଓଜନ ବଢିବା ଆରମ୍ଭ କରିଥାଏ । ଯାହା ଦ୍ୱାରା ଲୋକମାନେ ମୋଟାପଣର ଶିକାର ହୁଅନ୍ତି । ଏପରି ସ୍ଥିତିରେ ଏହି ଫାଇବର ଭରପୂର ଫଳ ଖାଇବା ଦ୍ୱାରା ମେଟାବୋଲିଜିମ୍ ଶୀଘ୍ର ବଢିଥାଏ । ତାଳସଜ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଫଳରେ ଓଜନ ନିୟନ୍ତ୍ରଣରେ ରହେ ।

– ତାଳସଜ ପେଟର ବିଭିନ୍ନ ସମସ୍ୟା ଯେପରିକି ଏସିଡିଟି, ପେଟ ଅଲସର,ପେଟ ଜଳାପୋଡା ଇତ୍ୟାଦିକୁ ଦୂର କରିବାରେ ସାହାଯ୍ୟ କରେ। ଗର୍ଭବତୀ ମହିଳାମାନେ ପ୍ରାୟତଃ ପାଚନ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେମାନେ  ଡାଏଟରେ ତାଳସଜ ସାମିଲ କରିପାରିବେ।

-ତାଳସଜ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ । ବାସ୍ତବରେ ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ସୁଗାରକୁ ନିୟନ୍ତ୍ରଣ କରିଥାଏ । ସେଥିପାଇଁ ଡାଇବେଟିସ୍‌ ରୋଗୀମାନେ ଏହାକୁ ଆରାମରେ ଖାଇପାରିବେ ।

Comments are closed.