ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଆଲୋଚିତ ହେବା ପରିପ୍ରେକ୍ଷୀରେ ଆମେ ପ୍ରଥମ ଲସକ୍ଷ ସର୍ଗ ଜାଣିଲେ।
୨.ବିସର୍ଗ:- ସ୍ୱୟଂ ପରମ ପୁରୁଷଙ୍କ ଠାରୁ ସୄଷ୍ଟ ସମସ୍ତ ବିଷୟ ସର୍ଗ ହେଲା କିନ୍ତୁ ଅନ୍ତର୍ଯ୍ୟାମୀ ଗର୍ଭୋଦକଶାୟୀ ଶ୍ରୀବିଷ୍ଣୁଙ୍କ ନାଭି କମଳରୁ ବ୍ରହ୍ମଙ୍କର ଉତ୍ପତ୍ତି ପରେ, ସେହି ବ୍ରହ୍ମାଙ୍କଠାରୁ ସୄଷ୍ଟ ସ୍ଥାବର ଜଙ୍ଗମାତ୍ମକ ବିଶ୍ୱକୁ ବିସର୍ଗ କୁହାଯାଏ। ଶ୍ରୀଜଗନ୍ନାଥ ଦାସଙ୍କ ଉକ୍ତି “ବିରାଟ ପୁରୁଷ ଦେହେ।
ବ୍ରହ୍ମା ସର୍ଜନା ଯେତେ ହୋଏ।।
ପୌରୁଷ ଚରାଚର ଯେତେ।
ବିସର୍ଗ ବୋଲନ୍ତି ଟି ଏତେ।।
ସବୁତ ପରମପୁରୁଷଙ୍କ ଇଚ୍ଛାରୁ ସୄଷ୍ଟ ତଥାପି, ଆମେ ଜାଣୁ ସେହି ପରମାତ୍ମାଙ୍କ କୃପାରୁ ବ୍ରହ୍ମା ଏ ସାରା ସଂସାରର ପାଳନକର୍ତ୍ତାଭାବେ ବ୍ୟକ୍ତ।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-27-the-ten-principles-of-srimad-bhagwat/
୩.ସ୍ଥିତି:- ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ପରେ, ଏହାର ପାଳନ ଦାୟିତ୍ୱ ସିନା ବ୍ରହ୍ମାଙ୍କ ଉପରେ ନ୍ୟସ୍ତ ହେଲା, କିନ୍ତୁ ମନରେ ପ୍ରଶ୍ନ ଆସେ ଏତେ ବଡ଼ ସୃଷ୍ଟିକୁ କିଏ ଧାରଣ କରିଛନ୍ତି, ତଥା ସୃଷ୍ଟିର ପ୍ରତିପାଳନ ପାଇଁ ନିୟାମକ କିଏ? ଏହାର ଏକମାତ୍ର ଉତ୍ତର ହେଉଛି ପରମପୁରୁଷ ଭଗବାନ ହିଁ ସର୍ବାଧାର ଓ ସର୍ବନିୟନ୍ତା। କେବଳ ଓ କେବଳ ତାଙ୍କରି ଅଚିନ୍ତ୍ୟ ଶକ୍ତି ବଳରେ ଏ ସୃଷ୍ଟି ଆତଯାତ ହେଉଛି। ଯାହାକୁ ଶ୍ରୀଜଗନ୍ନାଥ ଦାସ ଖୁବସୁନ୍ଦର ଭାବେ ବର୍ଣ୍ଣନା କଲେ “ବିଷ୍ଣୁ ବିଜୟ ସ୍ଥିତି ନାମ।” ଅର୍ଥାତ ଭଗବାନଙ୍କର ସର୍ବାତିଶାୟିନୀ ବିଜୟର ନାମ ସ୍ଥିତି କେହି କେହି ମହାତ୍ମା ଭଗବତ ସୄଷ୍ଟ ବସ୍ତୁ ମାନଙ୍କ ମଧ୍ୟରେ ମର୍ଯ୍ୟାଦା ଓ ଶୃଙ୍ଖଳା ରକ୍ଷାକୁ ସ୍ଥିତି ବା ସ୍ଥାନର ଆଖ୍ୟା ଦେଇଥାନ୍ତି। ସେ ଯାହା ବି ହେଉ ଏହା ସ୍ୱୀକାର୍ଯ୍ୟ ଯେ ଶ୍ରୀମଦ ଭାଗବତ ଆମକୁ ସୃଷ୍ଟିର ମର୍ଯ୍ୟାଦା ଓ ଶୃଙ୍ଖଳା ରକ୍ଷାର ଜ୍ଞାନ ପ୍ରଦାନ କରିଥାଏ। ତେଣୁ ଏହାଙ୍କୁ ସର୍ବଦା ମନନ ଓ ପଠନ କରିବା ଆବଶ୍ୟକ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.