ନୂଆଦିଲ୍ଲୀ: ଧଳା ବଲ କ୍ରିକେଟରେ ବିରାଟ କୋହଲିଙ୍କୁ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣତି କରାଯାଏ । ଏବେ ଟି୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପରିସଂଖ୍ୟନ ଉପରେ ଅନୁଧ୍ୟାନ କରାଯାଇଥିଲା । କୋହଲି ଆଗରେ ରହିବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ କେଏଲ ରାହୁଲ ସ୍ଥିର ପ୍ରଦର୍ଶନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ପଛରେ ପକାଇ ଦେଇଛନ୍ତି । ରାହୁଲ ୧୩ଟି ଆଇପିଏଲ ସିଜନରେ ୬ଟି ଟିମ ପକ୍ଷରୁ ଖେଳିଛନ୍ତି । ସେ ୬ଟି ଭିନ୍ନ ଭିନ୍ନ ପୋଜିଶନରେ ବ୍ୟାଟିଂ କରିଛନ୍ତି । ଏହା ସତ୍ୱେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାଙ୍କ ଷ୍ଟ୍ରାଇକରେଟ ମଧ୍ୟ ଭଲ ରହିଛି ।
୫୦ରୁ ଅଧିକ ମ୍ୟାଚ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ରାହୁଲଙ୍କ ଆଭରେଜ ଭଲ ରହିଛି । ୨୦୧୬ରେ ସେ ଆଘାତ ସମସ୍ୟା ଯୋଗୁ ମାତ୍ର ୯ଟି ମ୍ୟାଚ ଖେଳି ୩୫ ଆଭରେଜରେ ରନ ସଂଗ୍ରହ କରିଥିଲେ । ଓଭରାଲ ରାହୁଲ ୪୫.୬୭ ଆଭରେଜରେ ରନ ସଂଗ୍ରହ କରିଥିବା ବେଳେ ହେନେରିକ କ୍ଲାସେନ ତାଙ୍କ ପଛକୁ ରହିଛନ୍ତି । ସେ ୪୧ ଆଭରେଜରେ ରନ ହାସଲ କରିଛନ୍ତି । ଡେଭିଡ ୱାର୍ଣ୍ଣର(୪୦.୫୨), ଶୁଭମନ ଗିଲ(୪୦.୩୬), ଜୋସ ବଟଲର(୪୦.୦) ଓ ବିରାଟ କୋହଲି ୩୯.୭୬ ଆଭରେଜରେ ରନ ସଂଗ୍ରହ କରି ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନ ମଧ୍ୟରେ ରହିଛନ୍ତି ।