ବେଙ୍ଗାଲୁର: ଚଳିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ବଲ ବାକିଥାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ପରାସ୍ତ କରିଛି । ଶେଷ ଭାଗରେ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଆରସିବି ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୮ ୱିକେଟ ହରାଇ ୧୭୫ ରନ କରିଥିଲା । ଫିଲ ସଲ୍ଟ ୬୩ ରନର ଇନିଂସ ଖେଳିଥିଲେ । ଜବାବରେ ଦିଲ୍ଲୀ ୧୯.୫ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଟପ ଅର୍ଡରରେ କେଏଲ ରାହୁଲ(୫୭) ରନ କରିଥିଲେ । ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଦଳର ୮୭ ରନରେ ୪ଟି ୱିକେଟ ହରାଇଥିଲା । ଟ୍ରିଷ୍ଟିଆନ ଷ୍ଟବ୍ସ ୬୦ ଓ ଡେଭିଡ ମିଲର ୨୨ ରନ କରି ଅପରାଜିତ ରହିଥିଲେ । ଶେଷ ଓଭରରେ ଦିଲ୍ଲୀ ବିଜୟ ହାସଲ ପାଇଁ ୧୫ ରନ ଆବଶ୍ୟକ କରୁଥିଲା । ପ୍ରଥମ ୨ଟି ବଲରେ ୨ ରନ ସଂଗ୍ରହ ହେବା ପରେ ମିଲର କ୍ରମାଗତ ୩ଟି ବଲରେ ୬, ୬ ଓ ୪ ମାରି ଦଳକୁ ଜିତାଇଥିଲେ । ଭୁବନେଶ୍ୱର କୁମାର ୩ଟି ୱିକେଟ ନେଇଥିଲେ । ଦିଲ୍ଲୀ ୫ ମ୍ୟାଚରୁ ୬ ଓ ଆରସିବି ୬ ମ୍ୟାଚରୁ ୮ ପଂଏଟ ହାସଲ କରଛନ୍ତି । ଷ୍ଟବ୍ସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।