Latest Odisha News

BREAKING NEWS

ଅଶୋକ କୁମାର ପଣ୍ଡା ସେଲର ନୂଆ ଫାଇନାନ୍ସ ନିର୍ଦ୍ଦେଶକ 

ଭୁବନେଶ୍ୱର: ଅଶୋକ କୁମାର ପଣ୍ଡା ସେଲ୍‌ର ଫାଇନାନ୍ସ ବିଭାଗ ର ନୂଆ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପକ୍ଷରୁ କୁହାଯାଇଛି।

ସେ ତାଙ୍କର ଆର୍ଥିକ ଏବଂ ବୈଷୟିକ ଜ୍ଞାନ ଓ ସକ୍ରିୟ ଆଭିମୁଖ୍ୟ ପାଇଁ ଅନେକ କ୍ଷେତ୍ରରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ତେବେ ସେ ଫାଇନାନ୍ସ ଆକାଉଣ୍ଟିଂ, ବଜେଟିଂ ଭଳି କ୍ଷେତ୍ରରେ ଏବଂ ବିଜନେସ ପ୍ଲାନିଂ, ଟ୍ରେଜେରୀ ଆକାଉଣ୍ଟ ଓ ଟିକସ କ୍ଷେତ୍ରରେ ଅନେକ ନିପୁଣତା ମଧ୍ୟ ହାସଲ କରିଛନ୍ତି। ଏହି ପଦରେ ନିଯୁକ୍ତ ହେବା ପୂର୍ବରୁ ସେ ଫାଇନାନ୍ସ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ। ତେବେ ସେ ଗତ ଏପ୍ରିଲ ୩୦ରେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିଥିବା ନେଇ ସୂଚନା ମିଳିଛି।

ସେ ୧୯୯୨ ମସିହାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଇ ସମାପ୍ତ କରିବା ପରେ ସେଲର ଜଣେ ମ୍ୟାନେଜମେଣ୍ଟ ଟ୍ରେନି ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ଭୁବନେଶ୍ଵରର XIMରୁ PGDM ସହ ଫାଇନାନ୍ସରେ ସ୍ପେଶିଆଲାଇଜେସନ୍ କରିଥିଲେ ଓ ଏହା ପରେ ସେ ବିଜନେସ ଫାଇନାନ୍ସରେ ପିଏଚଡି ମଧ୍ୟ ହାସଲ କରିଥିଲେ।

ସେଲ୍‌ର ଆର୍ଥିକ ସ୍ଥିତିକୁ ଆହୁରି ଦୃଢ଼ କରିବା ପାଇଁ ସେ ଏହି ପଦବୀ ଗ୍ରହଣ କରିଥିବା କୁହାଯାଉଛି। ତେବେ ସେଲର ୟୁନିଟ ମାନଙ୍କରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇଁ ଇ-ଇନଭୋଇସିଂ କୁ କାର୍ଯ୍ୟାନ୍ୱୟନ ଏବଂ ଡିଜିଟାଲ୍ ଇନଭୋଇସିଂ ର ପ୍ରଚଳନ ରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କେବଳ ଏତିକି ନୁହେଁ ସେ ସେଲର ଅନେକ ଜଏଣ୍ଟ ଭେଞ୍ଚର ଏବଂ ସହାୟକ କମ୍ପାନୀର ବୋର୍ଡରେ ଜଣେ ମନୋନୀତ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

 

Comments are closed.