Latest Odisha News

BREAKING NEWS

ନକଲି କ୍ଷୀର ଗୋଦାମରେ ରେଡ୍, ଅପମିଶ୍ରିତ କ୍ଷୀର ଓମ୍‌ଫେଡ୍‌କୁ ହେଉଥିଲା ସପ୍ଲାଏ

ଜଗତସିଂହପୁର: ନକଲି କ୍ଷୀର ଗୋଦାମରେ ରେଡ୍। ତରାସାହିର ବାଲିସାହିରେ ନକଲି କ୍ଷୀର ନେଇ ଚଢ଼ାଉ ହୋଇଛି। ତରାସାହିର ବାଲିସାହିରେ ଥିବା ଏହି ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଚଢାଉ କରାଯାଇଛି। ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା ପାଉଡର୍ ହେଲା ଜବତ।

ସୂଚନା ଅନୁସାରେ ଅପମିଶ୍ରିତ କ୍ଷୀର ଓମ୍‌ଫେଡ୍‌କୁ ହେଉଥିଲା ସପ୍ଲାଏ। ଦୀର୍ଘଦିନ ଧରି ଚାଲିଥିଲା ଅପମିଶ୍ରିତ କ୍ଷୀର କାରବାର। ଚାଷୀଙ୍କଠାରୁ କ୍ଷୀର ନେଇ କରାଯାଉଥିଲା ଅପମିଶ୍ରଣ। ଏହି ଅପମିଶ୍ରିତ କ୍ଷୀର ବିଭିନ୍ନ କମ୍ପାନୀକୁ ଯୋଗାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ୫ ଜଣିଆ ଟିମ୍‌ ଚଢାଉ କରି ଘଟଣାର ତଦନ୍ତ ଜାରି ରହିଛି।

ଓଡ଼ିଶା ଦୁଗ୍ଧ ମହାସଂଘ ବା ଓମଫେଡ୍‌ ପକ୍ଷରୁ କୁହାଯାଇଛି ଯେ, ଓମଫେଡ ଉପଯୁକ୍ତ ପରୀକ୍ଷାନିରୀକ୍ଷା କରି କ୍ଷୀର ସଂଗ୍ରହ କରୁଛି। ଉକ୍ତ ଗୋଦାମରୁ ଓମଫେଡକୁ କ୍ଷୀର ଆସେନାହିଁ। ସେହି ଗୋଦାମ ଅପମିଶ୍ରିତ କ୍ଷୀର ଯୋଗାଣ କରୁଥିବା ଜଣାପଡ଼ିବା ପରେ ତା’ ନାମରେ ମାମଲା ରୁଜୁ କରାଯାଇଛି।

Comments are closed.