Latest Odisha News

BREAKING NEWS

ଭଦ୍ରକ ବାଣ ବିସ୍ଫୋରଣ: ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭଦ୍ରକ: ଚାନ୍ଦବାଲି ଅଞ୍ଚଳର ହଳଦୀଡିହ ଗାଁ’ରେ ବାଣ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ମୃତ୍ୟୁ ଅତି ଦୁଃଖଦାୟକ ବୋଲି କହିଛନ୍ତି ।ଏଥିସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ପରିବାରର ନିକଟତମ ଆତ୍ମୀୟଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (State Disaster Response Fund)ରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ସୂଚନାଥାଉକି, ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ମଙ୍ଗଳବାର ଏକ ବାଣ ଗୋଦାମରେ କାମ ଚାଲିଥିଲା। କୌଣସି କାରଣରୁ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ୫ ଜଣ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ମଙ୍ଗଳବାର ସକାଳୁ କେଉଁ କାରଣରୁ ହଳଦୀଢିଅ ଛକ ନିକଟରେ ଥିବା ବାଣ ଗୋଦାମରେ ନିଆଁଲାଗି ବିସ୍ଫୋରଣ ହୋଇଥିଲା । ଏନେଇ ଭଦ୍ରକ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ସହ ବହୁ କଷ୍ଟରେ ଗୁରୁତର ଆହତଙ୍କୁ ଗୋଦାମରୁ ବାହାର କରିଥିଲା । ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ଜଣାପଡିଛି ।

Comments are closed.