Latest Odisha News

BREAKING NEWS

ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା: ସେହ୍ୱାଗ-ଗାଙ୍ଗୁଲିଙ୍କ କେଉଁ ରେକର୍ଡ଼ର ସମକକ୍ଷ ହେଲେ ଜାଣନ୍ତୁ…

ବିଶାଖାପାଟଣା: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ୨୮ତମ ଶତକ ହାସଲ କରିଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ଓ ଓଭରାଲ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ସେ ଦକ୍ଷିଣ ଆଫ୍ରିକାର ହାସିମ ଅମଲାଙ୍କ ରେକର୍ଡ ଭାଙ୍ଗିଥିବା ବେଳେ ଶ୍ରୀଲଙ୍କାର ସନଥ ଜୟସୁରିୟାଙ୍କ ୨୮ ଶତକ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଅନ୍ତଃର୍ଜାତୀୟ କ୍ୟାରିୟରରେ ଏହା ତାଙ୍କର ୩୮ ତମ ଶତକ ।

ଏଥିରେ ଦିନିକିଆରେ ୨୮, ଟେଷ୍ଟରେ୬ ଓ ଟି୨୦ରେ ୪ ଶତକ ସାମିଲ । ସେହିପରି ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ସେ ସୌରଭ ଗାଙ୍ଗୁଲି, ମାର୍କ ୱ ଓ ବୀରେନ୍ଦ୍ର ସେହ୍ୱାଗଙ୍କ ଶତକ ସମକକ୍ଷ ହୋଇଛନ୍ତି ।

ସେହିପରି ଛକା ମାମଲାରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି ।

Leave A Reply

Your email address will not be published.