Latest Odisha News

BREAKING NEWS

ଏମସିଏଲର ନିର୍ଦ୍ଦେଶକ ହେଲେ କେଶବ ରାଓ

ସମ୍ବଲପୁର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ନିର୍ଦ୍ଦେଶକ (ପର୍ସନାଲ୍) ରୂପେ କେଶବ ରାଓ ବୁଧବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ସେ ବିଏସଏନଲର ଜଣେ ପୂର୍ବତନ ମହାପ୍ରବନ୍ଧକ ହୋଇଥିବା ବେଳେ ଶ୍ରୀ ରାଓ ଆଇଆଇଟି-ବମ୍ବେରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ ଓ ଆଇଆଇଏମ୍, ଅହମ୍ମଦାବାଦରୁ ସ୍ନାତ୍ତୋକୋତର ମଧ୍ୟ କରିଛନ୍ତି ।

ସେ ୨୦୧୦ରୁ ୨୦୧୫ ମସିହା ଯାଏଁ ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଆହୁରି ମଧ୍ୟ ସେ ବେସାମରିକ ବିମାନ ମନ୍ତ୍ରଣାଳୟର ଅଧିନରେ ଥିବା ୪ଟି ସଙ୍ଗଠନର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave A Reply

Your email address will not be published.