ନୂଆଦିଲ୍ଲୀ: ପାକିସ୍ତାନର ଆକ୍ରମଣ ଯୋଗୁଁ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ବାତିଲ କରାଯାଇଛି। ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା। ମ୍ୟାଚ୍ ବାତିଲ ସମୟରେ ପଞ୍ଜାବ ଇନିଂସର ୧୧ତମ ଓଭର ବୋଲିଂ ହେଉଥିଲା।
ରିପୋର୍ଟ ଅନୁସାରେ, ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆଯାଇଛି। ଏପରିକି ହଠାତ୍ ଖେଳ ବନ୍ଦ ହେବା ସହ ଅମ୍ପାୟାର ଏବଂ ଖେଳାଳିମାନଙ୍କୁ ପଡ଼ିଆ ଛାଡିବାକୁ କୁହାଯାଇଥିଲା। ଏହା ପରେ ପଡ଼ିଆର ଫ୍ଲଡଲାଇଟ୍ ବନ୍ଦ କରିଦିଆଯାଇଥିଲା ଏବଂ ଦର୍ଶକମାନଙ୍କୁ ମଧ୍ୟ ବାହାର କରାଯାଇଥିଲା।
ପାକିସ୍ତାନ ଜମ୍ମୁରୁ ଜୈସଲମେର ପର୍ଯ୍ୟନ୍ତ ଅନେକ ସହର ଉପରେ ଆକ୍ରମଣ କରିଛି। ତଥାପି, ଭାରତୀୟ ସେନା ସମସ୍ତ ଆକ୍ରମଣକୁ ସଫଳତାର ସହ ପଣ୍ଡ କରିଛନ୍ତି। ତେବେ ଏହି ଆକ୍ରମଣ ପରେ ସୀମାରେ ଅବସ୍ଥିତ ବିଭିନ୍ନ ସହରରେ ବ୍ଲାକଆଉଟ୍ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ଦ୍ୱାରା ଏହି ଆକ୍ରମଣ ଏପରି ସମୟରେ କରାଯାଇଛି ଯେତେବେଳେ ଭାରତୀୟ ସଶସ୍ତ୍ର ବାହିନୀ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନର ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଅପରପକ୍ଷେ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଥିଲା ଯେ ଭାରତରେ ସାମରିକ ସ୍ଥଳ ଉପରେ ଯେକୌଣସି ଆକ୍ରମଣର ଉପଯୁକ୍ତ ଜବାବ ଦିଆଯିବ।
Comments are closed.