Latest Odisha News

BREAKING NEWS

ପାକ୍ ଆକ୍ରମଣ ମଧ୍ୟରେ ଏସ. ଜୟଶଙ୍କର ଆମେରିକା,ୟୁରୋପୀୟ ସଂଘ ଏବଂ ଇଟାଲୀ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ଏବେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ କଥା ହୋଇଛନ୍ତି। ଜୟଶଙ୍କର ଇଟାଲୀ ଉପ ପ୍ରଧାନମନ୍ତ୍ରୀ ଏବଂ ୟୁରୋପୀୟ ସଂଘର ଉପାଧ୍ୟକ୍ଷ କାଜା କାଲାସଙ୍କ ସହ ମଧ୍ୟ କଥା ହୋଇଛନ୍ତି ।

ଏହି ବିଷୟରେ ଏସ ଜୟଶଙ୍କର ଏକ୍ସରେ ଲେଖିଛନ୍ତି, ଆଜି ସନ୍ଧ୍ୟାରେ (୮ମେ ) ମାର୍କୋ ରୁବିଓଙ୍କ ସହ କଥା ହେଲି। ଆତଙ୍କବାଦ ବିରୋଧରେ ଭାରତ ସହିତ କାମ କରିବା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ଗଭୀର ଭାବରେ ପ୍ରଶଂସା କରୁଛି। ସୀମାପାର ଆତଙ୍କବାଦ ପ୍ରତି ଭାରତର ଲକ୍ଷ୍ୟବଦ୍ଧ ଏବଂ ସନ୍ତୁଳିତ ପ୍ରତିକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ। ଉତ୍ତେଜନା ବୃଦ୍ଧିର ଯେକୌଣସି ପ୍ରୟାସକୁ ଦୃଢ଼ ଭାବରେ ମୁକାବିଲା କରାଯିବ।

ଏସ. ଜୟଶଙ୍କର ଇଟାଲୀର ବୈଦେଶିକ ମନ୍ତ୍ରୀ ଏବଂ ଉପପ୍ରଧାନମନ୍ତ୍ରୀ ଆଣ୍ଟୋନିଓ ତାଜାନିଙ୍କ ସହ ମଧ୍ୟ କଥା ହୋଇଥିଲେ। ଆତଙ୍କବାଦର ଦୃଢ଼ ମୁକାବିଲା ପାଇଁ ଭାରତର ଲକ୍ଷ୍ୟବଦ୍ଧ ଏବଂ ସନ୍ତୁଳିତ ପ୍ରତିକ୍ରିୟା ବିଷୟରେ ଇଟାଲୀୟ ବୈଦେଶିକ ମନ୍ତ୍ରୀ ଆଲୋଚନା କରିଥିଲେ। ଯେକୌଣସି ଉତ୍ତେଜନାମୂଳକ କାର୍ଯ୍ୟର ତୀବ୍ର ପ୍ରତିକ୍ରିୟା ହେବ ବୋଲି ଏସ ଜୟଶଙ୍କର ଏକ୍ସରେ ଲେଖିଛନ୍ତି ।

Comments are closed.