ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ପରମାଣୁ ଅସ୍ତ୍ରର ବ୍ୟବହାର କରାଯିବା ଆଶଙ୍କା ରହିଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ପାକିସ୍ତାନରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା । ୯/୧୧ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଗଣମାଧ୍ୟମ ଯଥା ଟାଇମ୍ସ ଅଫ ଇଣ୍ଡିଆ, ନ୍ୟୁଜ ୧୮ ଓ ଏନଡିଟିଭି ପ୍ରଭୃତିରେ ଏହି ଖବର ୨୦୧୧ରେ ଦିଆଯାଇଥିଲା । ଆତଙ୍କବାଦୀମାନେ ପରମାଣୁ ଅସ୍ତ୍ର ହାତେଇବା ପାଇଁ ଉଦ୍ୟମ ଜାରୀ ରଖିଛି । ଯଦି ସେମାନେ ଏଥିରେ ସଫଳ ହେବେ ତାହାହେଲେ ଭାରତ,ଆମେରିକା, ଇସ୍ରାଏଲ ପରି ଦେଶ ପ୍ରତି ବିପଦ ରହିଥିଲା ।
ଏହା ପରେ ଆମେରିକା ସ୍ନାଚ ଆଣ୍ଡ ଗ୍ରାବ ମାଧ୍ୟମରେ ପରମାଣୁ ଅସ୍ତ୍ର ହାତେଇବା ପାଇଁ ଭିତିରିଆ ଉଦ୍ୟମ ଜାରତ ରଖିଥିଲା । ଅବଶ୍ୟ ଏହା ବିଧିବଦ୍ଧ ଭାବେ କୌଣସିଠାରେ ପ୍ରକାଶ ପାଇ ନାହିଁ । ଓଡିଶା ସମ୍ବାଦ ମଧ୍ୟ ଏହାର ସତ୍ୟତା ପୃଷ୍ଟି କରୁ ନାହିଁ । କେତେକ ନ୍ୟୁଜ ସଂସ୍ଥା ଏବଂ ରିପୋର୍ଟକୁ ଭିତି କରି ଏହା ଲେଖାଯାଇଛି । ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ ଟାର୍ଗେଟ କରିବାରେ ଲାଗିଛି । ଫଳରେ ଉଭୟ ଦେଶ ଏବେ ମୁହାଁମୁହିଁ ହୋଇଛନ୍ତି ।
ଭାରତ ଏକ ଦାୟିତ୍ୱସମ୍ପନ୍ନ ଦେଶ ହୋଇଥିବାରୁ କେବେ ହେଲେ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି । ତେବେ ପାକିସ୍ତାନ ସରକାରକୁ ହାତମୁଠାରେ ନଚାଉଥିବା ଆତଙ୍କବାଦୀ ସଂଗଠନ ଓ ସେନା ବିଶ୍ୱାସଯୋଗ୍ୟ ନୁହେଁ । ଏବେ ଭାରତଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାକିସ୍ତାନର ରକ୍ଷାମନ୍ତ୍ରୀ ଖ୍ୱାଜା ମହମ୍ମଦ ଅସିଫ ପରମାଣୁ ବୋମାର ବ୍ୟବହାର ଧମକ ଦେଇ ସାରିଛି । ପାକିସ୍ତାନ ହାତରେ ପରମାଣୁ ଅସ୍ତ୍ର ନ ରହୁ ବୋଲି ଭାରତ ସମେତ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ଚାହୁଁଛନ୍ତି । ଆମେରିକା ଗୋଇନ୍ଦା ସଂସ୍ଥା ପୂର୍ବରୁ ସତର୍କ କରାଇଛନ୍ତି ଯେ, ପାକିସ୍ତାନ ହାତରୁ ପରମାଣୁ ଅସ୍ତ୍ର ହାତେଇବା ଆତଙ୍କବାଦୀମାନଙ୍କ ପାଇଁ କିଛି ବଡ କଥା ନୁହେଁ । ପାକିସ୍ତାନର ଆର୍ଥୀକ ଓ ରାଜନୈତିକ ଅସ୍ଥିରତା ଏଥିପ୍ରତି ଆହୁରି ବିପଦ ସୃଷ୍ଟି କରୁଛି ।
ଆମେରିକା ଗୋଇନ୍ଦା ସଂସ୍ଥା ସ୍ନାଚ ଆଣ୍ଡ ଗ୍ରାବ ନାମରେ ଏକ ଗୁପ୍ତ ରଣନୀତି ପ୍ରସ୍ତୁ୍ତ କରିଛି । ଏହା ମାଧ୍ୟମରେ ପାକିସ୍ତାନ ହାତରୁ ପରମାଣୁ ଅସ୍ତ୍ର ଯୋଜନାବଦ୍ଧ ଭାବେ ହାତେଇବା । ପାକିସ୍ତାନ ନିକଟରେ ୧୭୦ ପରମାଣୁ ଅସ୍ତ୍ର ରହିଛି । ଏହାକୁ ପାକିସ୍ତାନ ସୁଡଙ୍ଗ, ପାହାଡ ଓ ସୈନ୍ୟ ଆଡ୍ଡାରୋ ଗୁପ୍ତ ଭାବରେ ରଖିଛି । ୯/୧୧ ଆକ୍ରମଣ ପରେ ଆମେରିକା ଚିନ୍ତାରେ ରହିଛି । ଆମେରିକା ଏବେ ସାଟେଲାଇଟ ଇମେଜରୀ, ଗୋଇନ୍ଦା ବିଭାଗ ଓ ସିଗ୍ନଲ ଗୋଇନ୍ଦା ମାଧ୍ୟମରେ ଏହା ଉପରେ ନଜର ରଖିଛି । ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେଲେ ଆମେରିକା ଏହାକୁ ବଳପୂର୍ବକ ଅକ୍ତିଆର କରିପାରେ ।
ପାକିସ୍ତାନ ଏହାର ସୂଚନା ପାଇବା ପରେ ଷ୍ଟ୍ରାଟେଜିକ ପ୍ଲାନ୍ସ ଡିଭିଜନ ପ୍ରସ୍ତୁତ କରିଛି । ପରମାଣୁ ଅସ୍ତ୍ରକୁ ଆସେମ୍ବ୍ଲି କରିବା ସହ ଗୁପ୍ତ ସ୍ଥାନରେ ଲୁଚାଇ ରଖିଛି । ୧୮୦୦୦ ସୈନ୍ୟ ଏହାକୁ ଜଗି ରହିଛନ୍ତି । କେତେକ ରିପୋର୍ଟ ଅନୁସାରେ ଭାରତ ମଧ୍ୟ ପାକିସ୍ତାନ କେଉଁଠାରେ ପରମାଣୁ ଅସ୍ତ୍ର ରଖିଛି ତାହାକୁ ଟ୍ରେସ କରିବା ପାଇଁ ଉଦ୍ୟମ ଜାରୀ ରଖିଛି । ଯଦି ଭାରତ ଓ ଆମେରିକା ଏଥିରେ ସଫଳ ହୁଅନ୍ତି ତେବେ ପାକିସ୍ତାନ ବ୍ୟାକଫୁଟକୁ ଯିବା ନିଶ୍ଚିତ । ବର୍ତମାନ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପାକିସ୍ତାନକୁ ଅନ୍ୟ ଦେଶ ପକ୍ଷରୁ ବିଶେଷ ସହଯୋଗ ମିଳିନି ।
ଚୀନ ଓ ତୁର୍କେୟ ବ୍ୟତୀତ କେହି ସମର୍ଥନ କରୁ ନାହାନ୍ତି । ଜେଫରୀ ଟି ରିର୍ଚେଶନ ନାମକ ଇଂଟେଲିଜେନ୍ସ ହିଷ୍ଟୋରିଆନ ଡିଫ୍ୟୁଜିଙ୍ଗ ଆର୍ମଗେଡନ ନାମକ ପୁସ୍ତକରେ ଆମେରିକା ଏହି ଗୁପ୍ତ ଅଭିଯାନ ସମ୍ପର୍କରେ ଆର୍ଟିକିଲ ପ୍ରକାଶ କରିଥିଲେ । ଯାହାକି ୨୦୦୯ରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା ।
Comments are closed.