Latest Odisha News

BREAKING NEWS

ଶ୍ରୀନଗର ବିମାନବନ୍ଦର ସମେତ ସମଗ୍ର ଅଞ୍ଚଳରେ ପାକିସ୍ତାନର ୧୫ଟି ଡ୍ରୋନ୍ ଆକ୍ରମଣ ପ୍ରୟାସ ବିଫଳ

ଶ୍ରୀନଗର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନ ଗତକାଲି ପରି ଆଜି ପୁଣି ରାତିରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି । ଜମ୍ମୁ-କଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ଡ୍ରୋନ ଆକ୍ରମଣ ଏବଂ ଗୁଳିଚାଳନା ଆରମ୍ଭ ହୋଇଛି ।

ପାକିସ୍ତାନ ପ୍ରାୟ ୧୫ଟି ଡ୍ରୋନ୍ ସାହାଯ୍ୟରେ ଶ୍ରୀନଗର ଉପରେ ଆକ୍ରମଣ କରିଛି । ଶ୍ରୀନଗର ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣର ଏକ ପ୍ରୟାସକୁ ମଧ୍ୟ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି । ଅବନ୍ତିପୁରାରେ ମଧ୍ୟ ଡ୍ରୋନ୍ ଆକ୍ରମଣର ଚେଷ୍ଟା କରାଯାଇଥିଲା, ଯାହାକୁ ପଣ୍ଡ କରାଯାଇଛି ।

ଅନ୍ୟପଟେ, କୌଣସି ଗୁଜବରେ ଧ୍ୟାନ ନଦେବା ଏବଂ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅପିଲ କରିଛନ୍ତି । ଜମ୍ମୁ-ଶ୍ରୀନଗର, ପଠାନକୋଟ, ଫିରୋଜପୁରକୁ ସମ୍ପୂର୍ଣ୍ଣ ଭାବେ ବ୍ଲାକ ଆଉଟ୍ କରାଯାଇଛି । ସାଇରନ୍ ନିରନ୍ତର ବାଜୁଛି । ଫିରୋଜପୁରରେ ଭାରତୀୟ ସେନା ଦ୍ୱାରା କିଛି ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି । ଏହା ସହିତ ପୋଖରାନରେ ମଧ୍ୟ ଡ୍ରୋନ୍ ଆକ୍ରମଣର ଖବର ରହିଛି । ରଜୌରୀରେ ମଧ୍ୟ ବ୍ଲାକଆଉଟ୍ ମଧ୍ୟରେ ଗୁଳିଚାଳନା ଶବ୍ଦ ଆସୁଥିବା ଖବର ରହିଛି ।

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦି ତିନି ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ୍ ଅଜିତ ଡୋଭାଲଙ୍କ ସହ ଏକ ବୈଠକ କରିଛନ୍ତି । ବୈଠକରେ NSA ଅଜିତ ଜୋଭାଲ ଏବଂ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଉପସ୍ଥିତ ଅଛନ୍ତି । ତିନି ସେନା ମୁଖ୍ୟଙ୍କ ସହ ବୈଠକ ପରେ, ଏବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବୈଠକ କରିଛନ୍ତି ।

Comments are closed.