Latest Odisha News

ପାକିସ୍ତାନର ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌କୁ ଧ୍ୱଂସ କଲା ବିଏସଏଫ୍, ଦେଖନ୍ତୁ ଭିଡିଓ

ଇସଲାମବାଦ: ପାକିସ୍ତାନ ସହିତ ଜାରି ଉତ୍ତେଜନା ମଧ୍ୟରେ, ଭାରତୀୟ ସେନା ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନର ସିଆଲକୋଟରେ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ବିଏସଏଫ୍ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି । ବିଏସଏଫ ଏହି ଅପରେସନର ଏକ ଭିଡିଓ ମଧ୍ୟ ଜାରି କରିଛି ।

ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିଏସଏଫର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ଅବସ୍ଥିତ ଏହି ଲଞ୍ଚ ପ୍ୟାଡଗୁଡ଼ିକ କିପରି ଧ୍ୱଂସ ପାଇଛି । ପାକିସ୍ତାନ ପକ୍ଷରୁ ଗୁଳିଚାଳନା ପରେ ବିଏସଏଫ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବିଏସଏଫ୍ ଏହାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସେୟାର କରିଛି । ବିଏସଏଫ୍ ପକ୍ଷରୁ ଏହି ପୋଷ୍ଟରେ ଲେଖାଯାଇଛି ଯେ ମେ ୮ ତାରିଖ ରାତି ପ୍ରାୟ ୧୧ ସମୟରେ, ଆମେ ଜମ୍ମୁ ଏବଂ କଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲୁ ।

ସୂଚନାଯୋଗ୍ୟ, ବିଏସଏଫ ଦ୍ୱାରା ଧ୍ୱଂସ କରାଯାଇଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡଗୁଡ଼ିକୁ ବଡ଼ ପରିମାଣରେ ଆତଙ୍କବାଦୀଙ୍କୁ ତାଲିମ ଦେବା ପାଇଁ ବ୍ୟବହାର କରାଯାଉଥିଲା । ଶୁକ୍ରବାର ଦିନ, ବିଏସଏଫ ପାକିସ୍ତାନ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ମଧ୍ୟ ନିହତ କରିଥିଲା । ଏହି ଅନୁପ୍ରବେଶ ପ୍ରୟାସ ସେହି ଦିନ ହୋଇଛି ଯେତେବେଳେ ଭାରତ ଜମ୍ମୁ, ପଠାନକୋଟ, ଉଧମପୁର ଏବଂ ଅନ୍ୟ କିଛି ସ୍ଥାନରେ ପାକିସ୍ତାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣକୁ ପଣ୍ଡ କରିଥିଲା ବିଏସଏଫ୍ ।

Comments are closed.