କଟକ: କଟକ ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଲୁଟେରା ଦଳର ୫ଜଣ ଲୁଟିଆଙ୍କୁ ଧରିବାରେ ସଫଳ ହୋଇଛି ଆଠଗଡ ପୋଲିସ । ଆଠଗଡ ଏସଡିପିଓଙ୍କ କାର୍ଯ୍ୟାଳୟରେ ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ମନୋଜ ସିଂହ, ମୁକେଶ ସିଂହ, ଅମିତ ସିଂହ ଏବଂ ଆଠଗଡର ଦୁଇ ଜଣ ମନୋଜ ଦେହୁରୀ ଓ ରାଜେନ୍ଦ୍ର ମହାନ୍ତି। ମନୋଜ ଦେହୁରୀ ନାମରେ ଆଠଗଡ ଥାନାରେ ଦୁଇଟି ଓ ଖୁଣ୍ଟୁଣୀ ଥାନାରେ ୩ଟି ମାମଲା ଥିଲା ବେଳେ ରାଜେନ୍ଦ୍ର ନାମରେ ମଧ୍ୟ ଥାନାରେ ଅଭିଯୋଗ ରହିଛି।
ସୂଚନାଯୋଗ୍ୟ ଯେ, ଆଠଗଡ଼ ପୋଲିସର ରାତି ପାଟ୍ରୋଲିଂ ସମୟରେ ଆଠଗଡ଼ ଥାନା ଅନ୍ତର୍ଗତ କେନ୍ଦୁଟୋକଳି ଠାରେ ପ୍ରସ୍ତାବିତ ଜଳ ବିଶୋଧନ କେନ୍ଦ୍ର ନିକଟରୁ ପାଇପ୍ ଚୋରି ସମୟରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ପାଞ୍ଚ ଜଣିଆ ସଦସ୍ୟକୁ ଧରିବାର ସକ୍ଷମ ହୋଇଛି ।
ସେମାନଙ୍କ ନିକଟରୁ ପାଇପ ଲୋଡ ଥିବା ଦୁଇଟି ଆଇଚର ଗାଡି, ଏକ କାର୍ ଏବଂ ବ୍ୟବହାର କରୁଥିବା ମୋବାଇଲ ଫୋନ୍କୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
Comments are closed.