Latest Odisha News

BREAKING NEWS

ରାଜଧାନୀରେ ପୁଣି ପିଲା ଚୋରି, ଅଭିଯୋଗର ୩ ଘଣ୍ଟାରେ ଧରାପଡିଲା ଚୋର

ଭୁବନେଶ୍ୱର:ରାଜଧାନୀରେ ପୁଣି ପିଲା ଚୋରି ଅଭିଯୋଗ। ତେବେ ଅଭିଯୋଗ କରିବାର ୩ ଘଣ୍ଟା ଭିତରେ ଧରାପଡିଲା ଚୋର। ପିଲାଟିକୁ ଶାଲିଆ ସାହିରୁ ଉଦ୍ଧାର କଲା ପୋଲିସ। ବାପା-ମାଆ ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ଶିଶୁ ପୁତ୍ରକୁ ଅପହରଣ କରିଥିଲା ଚୋର।

୪ ବର୍ଷର ଶିଶୁକୁ ଅପହରଣ କରିଥିଲା ଧରମ ମାମୁଁ। ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଅଭିଷେକ ଦିଗଲ ଓରଫ ସୋନୁ। ବେଙ୍ଗାଲୁରରେ ସୋନୁ ସହ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ଦେଖା ହେଇଥିଲା। ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା। ଗୋରିତ ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ। ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରୀତାଙ୍କୁ ଦେଖା କରିଥିଲେ। ଧରମ ଭାଇ ହିସାବରେ ଗୋରିତ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ।

ହେଲେ ମଙ୍ଗଳବାର ଦିନ ସାଢେ ୧୦ଟାରେ ଶିଶୁକୁ ନେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସୋନୁ। ଖୋଜାଖୋଜି କରି ନପାଇବାରୁ ଘର ଲୋକ ସନ୍ଧ୍ୟା ବେଳେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ସହିଦନଗର ଥାନା ପୋଲିସ। ତିନି ଘଣ୍ଟାରେ ଅକ୍ଲାନ୍ତ ପରିଶ୍ରମ ପରେ ସାଲିଆ ସାହିରୁ ଶିଶୁକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୋନୁକୁ ଗିରଫ କରିଛି ପୋଲିସ।

Comments are closed.