ନୂଆଦିଲ୍ଲୀ: ନିକଟରେ ଭାରତ ପାକିସ୍ତାନର ଘୃଣ୍ୟ ଆତଙ୍କବାଦୀ ଉଦ୍ଦେଶ୍ୟକୁ ପଣ୍ଡ କରିଛି । ଆଉ ଏବେ ପାକିସ୍ତାନ ଏବଂ ତା’ର ବନ୍ଧୁମାନଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ଡ୍ରୋନ ଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା ପାଇଁ ଭାରତ ପାଖରେ ଏବେ ଏକ ନୂଆ ଏବଂ କମ୍ ମୂଲ୍ୟର ସମାଧାନ ଅଛି । ଯାହାର ନାଁ ହେଉଛି ଭାର୍ଗବାସ୍ତ୍ର । ଭାର୍ଗବାସ୍ତ୍ର ନାମକ ଏହି ହାର୍ଡ କିଲ୍ ମୋଡ୍ କାଉଣ୍ଟର ଡ୍ରୋନ୍ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍ ଲିମିଟେଡ୍ SDAL ଦ୍ୱାରା ଡିଜାଇନ୍ ଏବଂ ବିକଶିତ କରାଯାଇଛି । ଏହାର ପ୍ରଥମ ପରୀକ୍ଷା କରାଯାଇଛି ଯେଉଁଥିରେ ଏହା ସଫଳ ହୋଇଛି । ଏହି ସିଷ୍ଟମ ମାଇକ୍ରୋ ରକେଟ୍ ମାଧ୍ୟମରେ ଡ୍ରୋନ୍ ଆକ୍ରମଣର ଜବାବ ଦେବାକୁ ସକ୍ଷମ । ଏହାକୁ ଡ୍ରୋନ୍ ବିପଦକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବରେ ବିକଶିତ କରାଯାଇଛି ।
ଏହି ସିଷ୍ଟମର ମାଇକ୍ରୋ ରକେଟ୍ ଗୁଡ଼ିକୁ ୧୩ ମେ, ୨୦୨୫ରେ ଓଡ଼ିଶାର ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମୋଟ ତିନୋଟି ପରୀକ୍ଷା କରାଯାଇଥିଲା । ଦୁଇଟି ପରୀକ୍ଷଣରେ, ଗୋଟିଏ ଗୋଟିଏ ରକେଟ୍ ଉତକ୍ଷେପଣ କରାଯାଇଥିଲା, ଯେତେବେଳେ କି ଗୋଟିଏ ପରୀକ୍ଷଣରେ ସଲବୋ ମୋଡ୍ରେ ମାତ୍ର ଦୁଇ ସେକେଣ୍ଡର ବ୍ୟବଧାନରେ ଦୁଇଟି ରକେଟ୍ ଉତକ୍ଷେପଣ କରାଯାଇଥିଲା । ଚାରୋଟି ରକେଟ୍ ଆଶାନୁରୂପ ପ୍ରଦର୍ଶନ କରିଥିଲା ଏବଂ ସମସ୍ତ ପରୀକ୍ଷଣ ପାରାମିଟର ପୂରଣ କରିଥିଲା ।
#WATCH | A new low-cost Counter Drone System in Hard Kill mode 'Bhargavastra', has been designed and developed by Solar Defence and Aerospace Limited (SDAL), signifying a substantial leap in countering the escalating threat of drone swarms. The micro rockets used in this… pic.twitter.com/qM4FWtEF43
— ANI (@ANI) May 14, 2025
ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ ଅନୁଯାୟୀ, ଭାର୍ଗବାସ୍ତ୍ର ବଡ଼ ଧରଣର ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପ୍ରମାଣିତ ହୋଇଛି । ଏହି ସଫଳତା ସହିତ, ଏହି ପ୍ରଣାଳୀ ଭବିଷ୍ୟତରେ ଭାରତର ଡ୍ରୋନ୍ ପ୍ରତିରୋଧୀ କ୍ଷମତାକୁ ସୁଦୃଢ଼ କରିବ ଏବଂ ଆଧୁନିକ ବିପଦ ସହିତ ଲଢ଼ିବା ପାଇଁ ସେନାକୁ ନୂତନ ଶକ୍ତି ଦେବ ।
ଏହାର ନାମ ପଛର କାହାଣୀ ମଧ୍ୟ ଆକର୍ଷଣୀୟ । ମହାଭାରତରେ କିଛି ବିନାଶକାରୀ ଅସ୍ତ୍ର ବ୍ୟବହାର କରାଯାଇଥିଲା । ଏଥିମଧ୍ୟରୁ ଗୋଟିଏ ଥିଲା ଭାର୍ଗବାସ୍ତ୍ର, ଯାହା ମହର୍ଷି ଭାର୍ଗବ ପରଶୁରାମଙ୍କ ନାମରେ ନାମିତ ହୋଇଥିଲା । ଏବେ ଏହି ନାମରୁ ପ୍ରେରଣା ନେଇ, ଭାରତ ଏକ ଅତ୍ୟାଧୁନିକ ମାଇକ୍ରୋ-ମିସାଇଲ୍ ଆଧାରିତ କାଉଣ୍ଟର-ଡ୍ରୋନ୍ ସିଷ୍ଟମ ବିକଶିତ କରିଛି । ଏହି ନୂତନ ‘ଭାର୍ଗବାସ୍ତ୍ର’ ଆଧୁନିକ ଯୁଦ୍ଧରେ ଦେଶର ସୁରକ୍ଷାକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ପ୍ରସ୍ତୁତ । ଏହା ଶତ୍ରୁ ଡ୍ରୋନ ଉପରେ ମୃତ୍ୟୁ ପରି ହେବ । ଏହାକୁ ଭାରତର ଆଇରନ ଡୋମ ମଧ୍ୟ କୁହାଯାଏ ।
Comments are closed.