Latest Odisha News

BREAKING NEWS

ଆଇପିଏଲରେ ଲାଗୁ ହେଲା ଟେମ୍ପରାରୀ ରିପ୍ଲେସମେଂଟ ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଅନ୍ତିମ ଚରଣ ପାଇଁ ଆୟୋଜକ ଟେମ୍ପରାରୀ ରିପ୍ଲେସମେଂଟ ନିୟମ ଲାଗୁ କରିଛି । ଫ୍ରାଂଚାଇଜ ଏବେ ଅସ୍ଥାୟୀ ଭାବେ ଖେଳାଳି ସାଇନ କରିପାରିବେ । ମେ ୧୭ରୁ ଆଇପିଏଲ ପୂନର୍ବାର ଆରମ୍ଭ ହେବ । ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତେଜନା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ କରାଯାଇଥିଲା । ସ୍ଥିତି ସାଧାରଣ ହେବା ପରେ ଏହା ପୂନର୍ବାର ଆରମ୍ଭ ହେବ । ନୂତନ ତାରିଖ ଯୋଗୁ କେତେକ ଖେଳାଳିଙ୍କ ଆଇପିଏଲରେ ଖେଳିବା ଅସୁବିଧା ସୃଷ୍ଟି ହୋଇଛି । ଅବଶ୍ୟ ଅଧିକାଂଶ ବିଦେଶୀ ଖେଳାଳି ଭାରତ ପ୍ରତ୍ୟାବର୍ତନ କରି ସାରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସର ଜ୍ୟାକ ଫ୍ରେଜର ଓ ଚେନ୍ନାଇର ଜେମୀ ଓଭରଟନ ଓହରି ଯାଇଛନ୍ତି । ପୂର୍ବରୁ ଖେଳାଳି ଅସୁସ୍ଥ ଓ କିମ୍ବା ଆଘାତପ୍ରାପ୍ତ ହେଲେ ବଦଳ ଖେଳାଳି ନେବା ପାଇଁ ଅନୁମତି ମିଳୁଥିଲା । ତାହା ପୁଣି ସିଜନର ୧୨ ମ୍ୟାଚ ମଧ୍ୟରେ କରିବାକୁ ପଡୁଥିଲା । ରିପୋର୍ଟ ମୁତାବକ ଦିଲ୍ଲୀ କ୍ୟାପିଟାଲ୍ସ ସେଦିକୁଲ୍ଲାହ ଅଟ. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲେୁର ମୟଙ୍କ ଅଗ୍ରୱାଲ ଓ ରାଜସ୍ଥାନ ରୟାଲ୍ସ ଲୁହାନ ଡିପ୍ରିଟୋରିୟସ ଏବଂ ନାନ୍ଦ୍ରେ ବର୍ଗରଙ୍କୁ ସାମିଲ କରିଛି ।

Comments are closed.