ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ଟ୍ରେଲର ଆସିବା ପରେ ଫିଲ୍ମକୁ ନେଇ ଭିନ୍ନଭିନ୍ନ ରେସପନ୍ସ ମିଳୁଛି। କେହି କେହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ କପି ବୋଲି କହିଛନ୍ତି।
ସୋସିଆଲ ମିଡିଆରେ ୟୁଜର୍ସ ଏହି ଫିଲ୍ମଟିକୁ ‘ଚାମ୍ପିଅନ୍ସ’ ଫିଲ୍ମର ଏକ ଅବିକଳ ନକଲ ବୋଲି କହିଛନ୍ତି। ପ୍ରଶଂସକମାନେ କହିଛନ୍ତି ଯେ ଏହି ଫିଲ୍ମଟି ସ୍ପାନିସ୍ ଫିଲ୍ମ ଚାମ୍ପିଅନ୍ସର ‘ଫ୍ରେମ୍-ବାଇ-ଫ୍ରେମ୍’ କପି ହୋଇପାରେ। ଯାହା କ୍ୟାମ୍ପିଓନ୍ସର ଏକ ଇଂରାଜୀ ରିମେକ୍। ଆମିର ଖାନଙ୍କ ଫିଲ୍ମର ଟ୍ରେଲରରେ ଥିବା ଅନେକ ଦୃଶ୍ୟ ଏହି ଫିଲ୍ମ ସହିତ ସମ୍ପୂର୍ଣ୍ଣ ମେଳ ଖାଉଥିବା ଚର୍ଚ୍ଚା ହେଉଛି।
ଫ୍ରେମ୍ ପରେ ଫ୍ରେମ୍ ଫିଲ୍ମ କପି କରିବାରେ ଆମିର ପରଫେକ୍ସନିଷ୍ଟ ବୋଲି କହିଛନ୍ତି ୟୁଜର୍ସ। ଆଉ ଜଣେ ଲେଖିଛନ୍ତି, ‘ମୁଁ ଭାବିଥିଲି ଆମିର ଏଥିରେ କିଛି ନୂଆ ଆଣିବେ କିନ୍ତୁ ଏହା ଏକ ଫ୍ରେମ୍-ଟୁ-ଫ୍ରେମ୍ ରିମେକ୍। କିନ୍ତୁ କାହାଣୀଟି ୯୯ ପ୍ରତିଶତ ସମାନ ମନେ ହେଉଛି।
‘ସିତାରେ ଜମିନ ପର’ ଦିବ୍ୟାଙ୍ଗ ପିଲାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ। ଆମିର ଖାନ ଏକ କୋଚ୍ ଭୂମିକାରେ ଅଭିନୟ କରିଛନ୍ତି। ଯିଏକି ଦିବ୍ୟାଙ୍ଗଙ୍କୁ ବାସ୍କେଟ୍ ବଲ୍ର ଟ୍ରେନିଂ ଦେଉଥିବା ଦେଖିବାକୁ ମିଳିଛି। ଫିଲ୍ମରେ ଜେନେଲିଆ ଡିସୁଜା ଅଭିନେତାଙ୍କ ପାର୍ଟନର ଭୂମିକାରେ ଅଭିନୟ କରିଛନ୍ତି।
Comments are closed.