Latest Odisha News

BREAKING NEWS

ଟେଷ୍ଟରୁ ଅବସର ନେବା ସତ୍ୱେ ରୋହିତ, କୋହଲିଙ୍କ କଂଟ୍ରାକ୍ଟ ବଜାୟ ରହିବ

ନୂଆଦିଲ୍ଲୀ: ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ସେମାନଙ୍କ ସେଂଟ୍ରାଲ କଂଟ୍ରାକ୍ଟ ବଳବତର ରହିବ କି ନାହିଁ ସେ ନେଇ ସଂଶୟ ରହିଥିଲା । ତେବେ ବିସିସିଆଇ ସ୍ପଷ୍ଟ କରିଛି ଯେ, ଏହି ଦୁଇ ସିନିୟର ଖେଳାଳି ପୂର୍ବଭଳି ଏ ପ୍ଲସ ତାଲିକାରେ ରହିବେ । ଚଳିତ ବର୍ଷ ଏପ୍ରିଲରେ ବିସିସିଆଇ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିଥିଲା । ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କ ପ୍ରତ୍ୟାବର୍ତନ ହୋଇଥିଲା ।

୧ ଅକ୍ଟୋବର ୨୦୨୪ରୁ ୩୦ ସେପ୍ଟମ୍ବର ୨୦୨୫ ପର୍ଯ୍ୟନ୍ତ ଏହି କଂଟ୍ରାକ୍ଟ ବଳବତର ରହିବ । ବିସିସିଆଇ ଏଥର ୩୪ ଖେଳାଳି ଏହି ଚୁକ୍ତିରେ ସାମିଲ କରିଥିଲା । ସୂଚନାଯୋଗ୍ୟ, ରୋହିତ ଏବଂ ବିରାଟ ଟି୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ ଅବସର ଘୋଷଣା କରିବା ପରେ ଏହି ଚୁକ୍ତିରୁ ବାଦ ପଡିଛନ୍ତି ।

Comments are closed.