Latest Odisha News

BREAKING NEWS

ଜେଲ ଗଲେ ଆତଙ୍କବାଦୀଙ୍କ ୨୩ସହଯୋଗୀ; ଲାଗୁ ହେଲା ଜନ ସୁରକ୍ଷା ଆଇନ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସହଯୋଗୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୋଲିସ କଠୋର ଜନ ସୁରକ୍ଷା ଆଇନ (PSA-PUBLIC SAFETY ACT) ଅନୁଯାୟୀ ଆତଙ୍କବାଦୀଙ୍କ ୨୩ ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଗୋଟିଏ ପଟେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଉଥିବା ବେଳେ, ଅନ୍ୟପଟେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜମ୍ମୁ ଓ କାଶ୍ମୀର ପୋଲିସ ଶ୍ରୀନଗରରେ ଆତଙ୍କବାଦୀଙ୍କ ୨୩ ଜଣ ସହଯୋଗୀ ଓ ଉପଦ୍ରବୀ ଙ୍କ ବିରୋଧରେ କଠୋର ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ପୋଲିସ ଶନିବାର ଏହି ସୂଚନା ଦେଇଛି।

ପୋଲିସ ମୁଖପାତ୍ର କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ହେପାଜତକୁ ନିଆଯାଇ ଜମ୍ମୁର ପୁଞ୍ଚ, ଉଧମପୁର ଏବଂ ଜମ୍ମୁର କୋଟ ଭାଲୱାଲ ଜେଲରେ ରଖାଯାଇଛି।

ଶ୍ରୀନଗର ପୋଲିସ ଦ୍ୱାରା ତାଙ୍କ ବିରୁଦ୍ଧରେ ପ୍ରସ୍ତୁତ ଦଲିଲ ଆଧାରରେ, ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ଏକ ଆନୁଷ୍ଠାନିକ ଅଟକ ଆଦେଶ ମିଳିଥିଲା। ଏହା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ପୋଲିସ ମୁଖପାତ୍ର କହିଛନ୍ତି ଯେ ଏହି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି।

ସେ କହିଛନ୍ତି ଯେ, ପୋଲିସ ଶ୍ରୀନଗର ସହରରେ ଏପରି ଦେଶ ବିରୋଧୀ ଏବଂ ଅସାମାଜିକ ଗଠନକୁ ନିରନ୍ତର ଟାର୍ଗେଟ କରି ନଷ୍ଟ କରୁଛି।

Comments are closed.