ନୂଆଦିଲ୍ଲୀ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ସ୍ତରୀୟ ଆଲୋଚନା ହେବ ନାହିଁ।
ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ମେ ୧୨ ତାରିଖରେ ଏକ ଆଲୋଚନା ହୋଇଥିଲା। ଯେଉଁଥିରେ ଉଭୟ ଦେଶ ମେ ୧୮ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଭାରତ ଦେଇଥିଲା। ଭାରତ ୨୦୨୫ ମେ ୬-୭ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଭାରତର ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ୍ ସିନ୍ଦୂର’ ନାମ ଦିଆଯାଇଥିଲା।
Comments are closed.