Latest Odisha News

BREAKING NEWS

ବଲିଉଡ ଫିଲ୍ମମେକର ସଂଜୟ ଗୁପ୍ତାଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର କିମ୍ବଦନ୍ତୀ ଫିଲ୍ମ ‘କାଂଟେ’ର ନିଦେ୍ର୍ଦଶକ ସଂଜୟ ଗୁପ୍ତା । ୫୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଶନିବାର ନିଜ ରୋଷେଇ ଘରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ପତ୍ନୀ ଓ ପିଲା ଘରେ ଥିଲେ ମଧ୍ୟ ହଠାତ୍ ସେ ପଡିଯିବା ଘଟଣା ଜାଣିପାରିନଥିଲେ । ସଂଜୟଙ୍କ ମୃତୁ୍ୟ ସହ ଅନେକ ଦଶନ୍ଧି ଧରି ଚାଲିଥିବା ତାଙ୍କ ଫିଲ୍ମ ନିର୍ମାଣ କ୍ୟାରିୟରର ଅନ୍ତ ଘଟିଛି । ସେ ବିଶେଷ ଭାବେ ଅଭିନେତା ସଂଜୟ ଦତଙ୍କ ସହ ମିଶି କାମ କରିଛନ୍ତି । ସେମାନେ ଏକାଠି ୨୦୦୨ର ‘କାଂଟେ’, ୨୦୦୪ର ‘ମୁସାଫିର’୍, ୨୦୦୬ର ‘ଜିନ୍ଦା’, ୨୦୦୭ର ‘ସୁଟଆଉଟ୍ ଆଟ୍ ଲୋଖଣ୍ଡୱାଲା’ ଭଳି ଚଳଚିତ୍ର କରିଛନ୍ତି । ୧୯୯୧ର ଲୋଖଣ୍ଡୱାଲା ଗୁଳିକାଣ୍ଡ ଉପରେ ଆଧାରିତ ଥିଲା ସୁଟଆଉଟ୍ ଆଟ୍ ଲୋଖଣ୍ଡୱାଲା ଫିଲ୍ମ । ପରେ ୨୦୧୩ରେ ‘ସୁଟଆଉଟ୍ ଆଟ୍ ୱାଡାଲା’ ଜରିଆରେ ପୁଣି ଅପରାଧ ଭିତ୍ତିକ ଫିଲ୍ମ କରିଥିଲେ ।

କେବଳ ସେତିକି ନୁହେଁ ଐଶ୍ ଅଭିନୀତ ଜଜ୍ବା, ହ୍ରିତିକ୍ ଓ ୟାମିଙ୍କ ଅଭିନୀତ ଫିଲ୍ମ କାବିଲ୍ ଥିଲା ତାଙ୍କର ଅନନ୍ୟ ନିଦେ୍ର୍ଦଶନାର ନିଦର୍ଶନ । ଅନ୍ୟ ଫିଲ୍ମ ମାନଙ୍କ ମଧ୍ୟରେ ‘ଦସ୍ କାହାନିଆଁ’, ‘ଆସିଡ୍ ଫ୍ୟାକ୍ଟ୍ରି’, ‘ମୁମ୍ବାଇ ସାଗା’ ଭଳି ଫିଲ୍ମ ରହିଛି । ପଙ୍କଜ ପରାସରଙ୍କ ‘କରମଚାନ୍ଦ’ ଓ ‘ଜଲୱା’ରେ ସେ ସହ ନିଦେ୍ର୍ଦଶକ ଭାବେ କାମ କରିଛନ୍ତି । ସଂଜୟ ଗୁପ୍ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.