ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଅଶାନ୍ତି କ୍ରିକେଟ ପଡିଆରେ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ବନ୍ଦ ହୋଇଯାଇଛି । ଆଇସିସି ଓ ଏସିଆ କପ ଇଭେଂଟରେ ଉଭୟ ଦେଶ ପରସ୍ପରକୁ ଭେଟିଛନ୍ତି । ଏବେ ଏସିଆ କପ ୨୦୨୫ ଉପରେ ବଡ ବିପଦ ଦେଖା ଦେଇଛି । ଭାରତ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବ ନାହିଁ ବୋଲି ଖବରକୁ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଖଣ୍ଡନ କରିଛନ୍ତି । ତେବେ ଏସିସି ଟୁର୍ଣ୍ଣାମେଂଟ ଉପରେ ଆଗାମୀ ଦିନରେ ବିସିସିଅେଇ କିନ୍ତୁ ଏକ ବଡ ନିଷ୍ପତି ନେବାକୁ ଯାଉଥିବା କହିଛନ୍ତି ।
ଭାରତ ଯଦି ଏସିଆ କପରୁ ଓହରିଯିବ ତେବେ ଏହାର ସିଧା ପ୍ରଭାବ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପଡିବ । ଭାରତ ନ ଖେଳିଲେ ପିସିବିର ୧୬୫ରୁ ୨୨୦ କୋଟି ପର୍ଯ୍ୟନ୍ତ ଆନୁମାନିକ କ୍ଷତି ହେବ । ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗୁ ପାକିସ୍ତାନର ବହୁତ କ୍ଷତି ହୋଇଥିଲା । ପାକିସ୍ତାନ ଗସ୍ତରେ ଭାରତ ନ ଯିବାରୁ ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଦୁବାଇରେ ଖେଳା ଯାଇଥିଲା । ୨୦୨୩ ଏସିଆ କପରେ ମଧ୍ୟ ହାଇବ୍ରିଡ ମଡେଲରେ ଖେଳା ଯାଇଥିଲା ।
Comments are closed.