ଭୁବନେଶ୍ବର: ଖଣ୍ଡଗିରି ଭରତପୁର ଥାନାରେ ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ହେଲେ ଏହି ଘଟଣାରେ ନିଲମ୍ବିତ ତତ୍କାଳୀନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ଆଦେଶ ହଟିନାହିଁ ।
ନିଲମ୍ବନ ପ୍ରତ୍ୟାହାର ହୋଇଥିବା ପୋଲିସ କର୍ମଚାରୀ ମାନେ ହେଲେ ଏସଆଇ ବୈଶାଳିନୀ ପଣ୍ଡା, ସାଗରିକା ରଥ, ସଲିଳାମୟୀ ସାହୁ ଏବଂ କନଷ୍ଟେବଳ ବଳରାମ ହାଂସଦା । ଏମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୪ ତାରିଖ ରାତିରେ ଜଣେ ମେଜର ଓ ତାଙ୍କ ବାନ୍ଧବୀ ଏକ ଘଟଣାରେ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିବାବେଳେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦେଶ ଦେଇଥିଲେ । ଏହି ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀ ଚାକିରିରୁ ନିଲମ୍ବିତ ହୋଇଥିଲେ । ହେଲେ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଛାଡିଲେ ୪ ପୋଲିସଙ୍କ ଉପରୁ ନିଲମ୍ବନ ହଟିଥିବା ଜଣାଯାଇଛି ।
Comments are closed.