ପୁରୀ: ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍ ପ୍ରସଙ୍ଗ। ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି ବୋଲି କହିଲେ ପୁରୀ ଏସ୍ପି। ଏସପି କହିଛନ୍ତି, ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନୁ, ତଦନ୍ତ ଚାଲିଛି। ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ, କୋପରେସନ ଅଛି। ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି।
ସୂଚନା ଥାଉକି ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହରିଆଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏବେ ଜ୍ୟେତିଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ସଂପର୍କ ଥିବା ଓ ଉଭୟ ପାକସ୍ତାନ କରତାରପୁର ଯାଇଥିବାରୁ ଉଭୟଙ୍କ ବାବଦରେ ପୁରୀ ଓ ହରିଆଣା ପୋଲିସ ଠାରୁ ତଥ୍ୟ ସଂଗ୍ରହ କରିଛି ଏନଆଇଏ। ଏନଆଏ ଟିମ୍ ଖୁବ ଶୀଘ୍ର ପ୍ରିୟଙ୍କାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ହେପାଜତକୁ ମଧ୍ୟ ନେଇପାରେ ଏନଆଇଏ।
ଏବେ ପ୍ରୟଙ୍କାଙ୍କା ସେନାପତିଙ୍କୁ ପଚରାଉଚରା କରୁଛି ପୁରୀ ପୋଲିସ। ଆଉ ପୁରୀ ଏସପିଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଜ୍ୟୋତି। ଜ୍ୟୋତି ପୁରୀରେ ପହଞ୍ଚିବା ପରେ କୁଆଡ଼େ ଯାଇଥିଲେ, କେଉଁଠି ରହିଥିଲେ? ପୁରୀ ପରେ ଅନ୍ୟ କେଉଁ ଜିଲ୍ଲାକୁ ଯାଇଥିଲେ, ଏ ସଂପର୍କରେ ଭିତିରିଆ ଖୋଳତାଡ଼ ଆରମ୍ଭ କରିଛି ଏନଆଇଏ। ପ୍ରିୟଙ୍କାଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି କି ନାହିଁ, ସେ ନେଇ ଯାଞ୍ଚ ଆରମ୍ଭ ହୋଇଛି। ଅନ୍ୟପଟେ ଦୁଇ ଦିନ ଭିତରେ ୯ ଜଣଙ୍କୁ ଅନଫଲୋ କରିଛନ୍ତି ପ୍ରିୟଙ୍କା।
ସେହିପରି ପ୍ରିୟଙ୍କା ବନ୍ଦେ ଭାରତ ଟ୍ରେନର ଲୋକୋ ପାଇଲଟ କ୍ୟାବିନରେ ଯାତ୍ରା କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏକ ଅତ୍ୟାଧୁନିକ ଟ୍ରେନର ଲୋକେ ପାଇଲଟ କ୍ୟାବିନକୁ ଗଲେ କିପରି? ଯଦି ଗଲେ ସେଠାରେ ଭିଡିଓ ସୁଟିଂ କାହିଁକି କଲେ? ୨୦୨୪ ଡିସେମ୍ବର ୪ ତାରିଖରେ ପୁରୀରେ ଅନୁଷ୍ଠିତ ନେଭି ଡେରେ ସାମିଲ ହୋଇଥିଲେ ପ୍ରିୟଙ୍କା। ବିଭିନ୍ନ ସ୍ଥାନକୁ ସେମାନେ ଏକାଠି ଗସ୍ତ କରିଥିଲେ ମଧ୍ୟ ହୋଟେଲ ରୁମରେ ରହିବା ଓ ବୁଲାବୁଲି କରିବା ବେଳର ବନ୍ଧୁତ୍ବପୂର୍ଣ୍ଣ ଶୈଳୀ ସଂପର୍କ ଅତି ନିବିଡ଼ତା ଥିବା ଦର୍ଶାଉଛି। ଏବେ ପ୍ରିୟଙ୍କା ଓ ଜ୍ୟୋତି ଓଡ଼ିଶାରେ ବୁଲାବୁଲି କରୁଥିବା ଜାଗା ନେଇ ତଥ୍ୟ ସଂଗ୍ରହ କରୁଛି ଓଡ଼ିଶା ପୋଲିସ।
Comments are closed.