ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ । ସେ ସକାଳ ପ୍ରାୟ ୧୧ଘଟିକାରେ ବିକାନେର ଯିବେ ଏବଂ ଦେଶନୋକରେ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ।
ଏହା ବ୍ୟତୀତ, ପ୍ରାୟ ୧୧.୩୦ ସମୟରେ, ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ ଦେଶନୋକ ଷ୍ଟେସନର ଉଦଘାଟନ କରିବେ ଏବଂ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ପରେ, ପ୍ରଧାନମନ୍ତ୍ରୀ ୨୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ଏବଂ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ପଲାନାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଉଦବୋଧନ ଦେବେ।
Comments are closed.