ଭୁବନେଶ୍ୱର: ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି.ନାରାୟଣନ୍ । ଆଜି ସେ ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର-ସିଟିଟିସି ଗସ୍ତ କରିଛନ୍ତି । ସିଟିଟିସି ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ଇସ୍ରୋର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ଅବସରରେ ସେ ଅପରେସନ ସିନ୍ଦୂରରେ ନିର୍ଦ୍ଦିଷ୍ଟ ଭାବେ ଇସ୍ରୋର ଭୂମିକା ଥିଲା ତାହା ଜଣାଇ ନଥିଲେ ମଧ୍ୟ ଏବେ ଇସ୍ରୋର ୫୬ ସାଟେଲାଇଟ ଅପରେସନାଲ ଅଛି। ଯାହା ମଧ୍ୟରୁ ଅନେକ ଦେଶର ସୁରକ୍ଷା ପାଇଁ ବ୍ୟବହାର ହେଉଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ।
ଇସ୍ରୋର ଆଗାମୀ ମହାକାଶ ଅଭିଯାନ ଚନ୍ଦ୍ରୟାନ-୪ ଏକ ସାମ୍ପଲ କଲେକ୍ସନ ମିଶନ ହେବ। ଏହି ମିଶନ ବେଳେ ଚନ୍ଦ୍ରୟାନ ଲ୍ୟାଣ୍ଡ କରି ନମୂନ ସଂଗ୍ରହ କରି ପୁଣି ପୃଥିବୀକୁ ଫେରିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍। ସେ କହିଛନ୍ତ, ଇସ୍ରୋ ଦେଶର ସୀମା ସୁରକ୍ଷା ସହ ଖାଦ୍ୟ ନିରାପତ୍ତା, ଜଳ ନିରାପତ୍ତା, ଟେଲି ଏଜୁକେଶନ, ପାଣିପାଗ ଦିଗରେ ମଧ୍ଯ କାମ କରୁଛି।
ଏବେ ଇସ୍ରୋ ଚନ୍ଦ୍ରାୟନ ୪ ଓ ଚନ୍ଦ୍ରାୟନ-୫ ଉପରେ କାମ କରୁଛି। ଚନ୍ଦ୍ରାୟନ ୪ ଏକ ସାମ୍ପୁଲ କଲେକ୍ସନ ମିଶନ ଭାବେ ଯିବ। ପ୍ରଥମ ଥର ଲାଗି ଏହି ମିଶନ ଚନ୍ଦ୍ରରୁ ନମୂନା ସଂଗ୍ରହ କରି ଭାରତକୁ ଫେରିବ। ଏହାପରେ ଚନ୍ଦ୍ରାୟନ-୫ ଜାପାନର ଜ୍ୟାକ ସହ ମିଶି ଲଞ୍ଚ କରାଯିବ ।
Comments are closed.